ମାଗଣା ବିଜୁଳି ଯୋଜନା, ମାତ୍ର ୫ ମିନିଟରେ ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ : ଦେଶରେ ୧ କୋଟି ଘରେ ମାରଣା ବିଜୁଳି ଦେବା ପାଇଁ କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ବାରା ପିଏମ୍ ସୂର୍ଯ୍ୟଘର ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅନୁସାରେ ପ୍ରତି ମାସରେ ୩୦୦ ୟୁନିଟ୍ ବିଜୁଳି ସମ୍ପୂର୍ଣ୍ଣ ମାଗଣା ମିଳିବ । ଏହି ଯୋଜନାରେ କେନ୍ଦ୍ର ସରକାର ୭୫ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବ । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଖୁବ ଶୀଘ୍ର ଆବେଦନ କରିଦିଅନ୍ତୁ । ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା…

ପିଏମ୍ ମାଗଣା ବିଜୁଳି ଯୋଜନାରେ ଆବେଦନ କରିବା ଅତି ସହଜ । ଏଥିପାଇଁ ଆପଣଙ୍କୁ ମାତ୍ର ୫ ମିନିଟ୍ ସମୟ ବାହାର କରି  https://pmsuryaghar.gov.in  ଜରିଆରେ ଆବେଦନ କରିବାକୁ ହେବ । ଖାସ୍ କଥା ହେଉଛି କି ଏହି ଯୋଜନା ଅନୁସାରେ ୩୦୦ ୟୁନିଟ୍ ମାଗଣା ବିଜୁଳି ସହିତ ସରକାର ସବସିଡିର ମଧ୍ୟ ଲାଭ ଦେଉଛନ୍ତି ଯାହା ସିଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ରାମ ମନ୍ଦିର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏହି ଯୋଜନା ସମ୍ପର୍କରେ ଜଣାଇଥିଲେ ।

ଘରେ ବସି ଏମିତି କରନ୍ତୁ ପଞ୍ଜୀକରଣ

https://pmsuryaghar.gov.in  କୁ ଯାଆନ୍ତୁ ଏବଂ ଆପ୍ଲାଏ ଫର୍ ରୁଫଟପ୍ ସୋଲାର ଚୟନ କରନ୍ତୁ ।

ଏବେ ନିଜ ରାଜ୍ୟ ଏବଂ ବିଜୁଳି ବିତରଣ କମ୍ପାନୀର ନାଁ ଚୟନ କରନ୍ତୁ । ପରେ ନିଜ ବିଜୁଳି ଉପଭୋକ୍ତା ନମ୍ବର, ମୋବାଇଲ ନମ୍ବର ଏବଂ ଇମେଲ୍ ଦିଅନ୍ତୁ ।

ଏହା ପରେ ନୂଆ ପେଜରେ କଞ୍ଜ୍ୟୁମର ଏବଂ ମୋବାଇଲ ନମ୍ବର ଦେଇ ଲଗଇନ୍ କରନ୍ତୁ । ଏହା ପରେ ଫର୍ମ ଖୋଲିବ ଏବଂ ଏଥିରେ ନିର୍ଦ୍ଦେଶ ଅନୁସାରେ ରୁଫଟପ୍ ସୋଲାର ପ୍ୟାନେଲ ପାଇଁ ଆବେଦନ କରନ୍ତୁ ।

ଏହି ପ୍ରକ୍ରିୟା ପୁରା କରିବା ପରେ ଆପଣଙ୍କୁ ଫିଜିବିଲିଟି ଅନୁମତି ମିଳିବ । ଏହା ପରେ ନିଜ DISCOM  ସହିତ ପଞ୍ଜୀକୃତ କୌଣସି ବି ଭେଣ୍ଟରରୁ ପ୍ଲାଣ୍ଟ ଇନଷ୍ଟଲ୍ କରାଇପାରିବେ ।

ସୋଲାର ପ୍ୟାନେଲ ଇନଷ୍ଟୋଲେସନ ହେବା ପରେ ଆଗାମୀ ପର୍ଯ୍ୟାୟ ଅନୁସାରେ ଆପଣଙ୍କୁ ପ୍ଲାଣ୍ଟ ତଥ୍ୟ ସହିତ ନେଟ ମିଟର ପାଇଁ ଆବେଦନ କରିବାକୁ ହେବ ।

ନେଟ୍ ମିଟର ଇନଷ୍ଟଲ ହେବା ଏବଂ DISCOM   ତରଫରୁ ଯାଞ୍ଚ ପରେ ପୋର୍ଟାଲରୁ ଆପଣଙ୍କ ପାଇଁ କମିଶନିଂ ସାର୍ଟିଫିକେଟ୍ ଜାରି କରିଦିଆଯିବ ।

ଏହି ସାର୍ଟିଫିକେଟ ଜାରି ହେବା ପରେ ପୋର୍ଟାଲ ଜରିଆରେ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଏବଂ ରଦ୍ଦ ଚେକ୍ ସବମିଟ୍ କରିବାକୁ ହେବ ଏବଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ଆସିଯିବ ।

 

ଯଦି ଆପଣ ନିଜ ଘରେ ୨ କିଲୋଓ୍ବାଟର ରୁଫଟପ୍ ସୋଲାର ଲଗାଇବାକୁ ଚାହୁଁଛନ୍ତି ତେବେ ଓ୍ବେବସାଇଟରେ ଥିବା କାଲକୁଲେଟର ଅନୁସାରେ ଏଥିପାଇଁ ସମୁଦାୟ ପ୍ରକଳ୍ପ ଖର୍ଚ୍ଚ ୪୭ ହଜାର ଟଙ୍କା ହେବ । ଏଥିରେ ସରକାରଙ୍କ ତରଫରୁ ୧୮ ହଜାର ଟଙ୍କାର ସବସିଡି ମିଳିବ । ଏହି ଭଳି ଗ୍ରାହକଙ୍କୁ ରୁଫଟପ୍ ସୋଲାର ଲଗାଇବା ପାଇଁ ୨୯ ହଜାର ଟଙ୍କା ପୈଠ କରିବାକୁ ହେବ । ଏଥିରେ ଗ୍ରାହକଙ୍କର ପ୍ରତିଦିନ ୧୨.୯୬ ଟଙ୍କା ସଞ୍ଚୟ ହେବା ସହିତ ବର୍ଷକରେ ୪୭୩୦ ଟଙ୍କା ସଞ୍ଚୟ ହେବ ।

Comments are closed.