www.samajalive.in
Saturday, December 6, 2025
15.1 C
Bhubaneswar

ପତ୍ନୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହାଭାରତର କୃଷ୍ଣ

ନୂଆଦିଲ୍ଲୀ: ପତ୍ନୀଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି କୃଷ୍ଣ । ମହାଭାରତରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ପୂର୍ବତନ ସାଂସଦ ନୀତିଶ ଭରଦ୍ୱାଜ ନିଜ ପତ୍ନୀଙ୍କ ଦ୍ୱାରା ମାନସିକ ନିର୍ଯାତିତ ହେଉଥିବା ଅଭିଯୋଗ କରିଛନ୍ତି । ଏଥିରୁ ତାଙ୍କୁ ମୁକୁଳାଇବାକୁ ଭୋପାଳ ପୁଲିସ କମିଶନରଙ୍କୁ ସେ ଗୁହାରି କରିଛନ୍ତି । ଆଇଏଏସ୍‍ ପତ୍ନୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ଅଭିନେତା ତଥା ପୂର୍ବତନ ସାଂସଦ ନୀତୀଶ ଭରଦ୍ୱାଜ ନିଜ ପତ୍ନୀ ତଥା ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ସ୍ମିତା ଭରଦ୍ୱାଜଙ୍କ ବିରୋଧରେ ନିର‌୍ୟାତନା ଅଭିଯୋଗ କରିଛନ୍ତି। ସ୍ମିତା ତାଙ୍କୁ ଦୀର୍ଘ ଦିନ ହେବ ମାନସିକ ନିର‌୍ୟାତନା ଦେଉଥିବା ସେ କହିଛନ୍ତି। ଏନେଇ ସେ ଏକ ମାମଲା ରୁଜୁ କରିବା ସହ ଭୋପାଲ ପୁଲିସ କମିଶନର ହରି ନାରାୟଣଚାରୀ ମିଶ୍ରଙ୍କୁ ଏକ ମେଲ୍ ଲେଖି ସହାୟତା ମାଗିଛନ୍ତି। ନୀତିଶ ଭରଦ୍ୱାଜ ୨୦୦୯ ମାର୍ଚ୍ଚ ୧୪ରେ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ସ୍ମିତାଙ୍କୁ ବିବାହ କରିଥିଲା। ଏହା ଥିଲା ଉଭୟଙ୍କ ଦ୍ୱିତୀୟ ବିବାହ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories