www.samajalive.in
Saturday, December 6, 2025
23.1 C
Bhubaneswar

ନିର୍ବାଚନୀ ବଣ୍ଡ୍‌ ଯୋଜନା ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍‌ ଯୋଜନାର ବୈଧତା ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଗୁୁରୁବାର ନିଜ ରାୟ ଶୁଣାଇଛନ୍ତି। ନିର୍ବାଚନୀ ବଣ୍ଡ୍‌କୁ ଅସାମ୍ବିଧାନିକ ଘୋଷଣା କରି ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାରେ ସର୍ବସମ୍ମତିକ୍ରମେ ରାୟ ଶୁଣାଇଛନ୍ତି। ନିର୍ବାଚନ ବଣ୍ଡ ଯୋଜନାକୁ ସମାଲୋଚନା କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜନୈତିକ ଦଳଗୁଡିକ ପାଇଁ ଟଙ୍କା କେଉଁଠୁ ଆସୁଛି ଏସବୁ ଜାଣିବା ନିହାତି ଆବଶ୍ୟକ। ନିର୍ବାଚନୀ ବଣ୍ଡ୍ ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ କରୁଛି। ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ବଣ୍ଡ୍‌କୁ ଅଦାଲତ ରଦ୍ଦ କରିବା କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି। ସୁପ୍ରିମକୋର୍ଟ ନିଜ ରାୟରେ ୨୦୧୯ରୁ ଏପର୍ଯ୍ୟନ୍ତ ନିର୍ବାଚନ ବଣ୍ଡ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଜାନୁଆରୀ ମାସରେ ମୋଦୀ ସରକାର ନିୟମ କରିଥିଲେ ଯେ, ଯେକୌଣସି ବ୍ୟକ୍ତି କିମ୍ବା ପ୍ରତିଷ୍ଠିତ ସଂସ୍ଥା ନିଜ ପରିଚୟ ଗୋପନ ରଖି ନିର୍ବାଚନୀ ବଣ୍ଡ୍ ଜରିଆରେ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେଇପାରିବେ। ଷ୍ଟେଟ ବ୍ୟାଙ୍କରେ ୧ ହଜାରରୁ ଆରମ୍ଭ କରି ୧ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ କିଣିପାରିବେ। ଅପରପକ୍ଷେ, ଏହି ନିୟମକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଏଡିଆର। ଦାତାଙ୍କ ନାଁ ଗୋପନ ରଖାଯିବା ଦ୍ୱାରା ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନରେ ସ୍ୱଚ୍ଛତା ରହୁନଥିବାର ଆବେଦନକାରୀ ଅଭିଯୋଗ କରିଥିଲେ।

- Advertisement -

 

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories