www.samajalive.in
Saturday, December 6, 2025
23.1 C
Bhubaneswar

ରୋବଟ୍‌‌ର ଅପରେସନ୍‌‌ ; ରୋଗୀର ଅନ୍ତନଳୀରେ ଛିଦ୍ର ପରେ ମୃତ୍ୟୁ ; ଦେଶରେ ହଙ୍ଗାମା

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ର ସହ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଦେଲାଣି। ଚିକିତ୍ସା କ୍ଷେତ୍ରରେ ରୋବଟ୍ ବ୍ୟବହାର କରାଯାଉଛି। ଚିକିତ୍ସା ଏବଂ ଅସ୍ତ୍ରୋପଚାରରେ ରୋବଟଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆରମ୍ଭ କରିଛନ୍ତିା ମାତ୍ର ଅନେକ ସମୟରେ ମେସିନ୍‌‌ କେତେ ବିପଦପୂର୍ଣ୍ଣ ତାହା ଘଟିଥିବା ଏକ ଘଟଣା ଦ୍ୱାରା ସାମ୍ନାକୁ ଆସିଛି।
ଡାକ୍ତରୀ ଅସ୍ତ୍ରୋପଚାରରେ କୃତ୍ରିମ ବୁଦ୍ଧି ଏବଂ ରୋବଟ ବ୍ୟବହାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରୋବଟ୍ ମାଧ୍ୟମରେ, ସର୍ଜନମାନେ ଏପରି ଅସ୍ତ୍ରୋପଚାର କରିବାରେ ସଫଳ ହେଉଛନ୍ତି ଯାହା ପୂର୍ବରୁ ଅସମ୍ଭବ ମନେ ହେଉଥିଲା। ରୋବଟ ଯୋଗୁଁ ରୋଗୀର ଜୀବନ ହାନି ହେବାର ଏକ ମାମଲା ସାମ୍ନାକୁ ଆସିଛି। ଜଣେ ମହିଳା କର୍କଟ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ରୋବଟ ଉତ୍ପାଦନକାରୀ କମ୍ପାନୀ ବିରୋଧରେ ମାମଲା ଦାୟର କରିଛନ୍ତି।

ସୂଚନା ଅନୁଯାୟୀ, ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ ମୃତକଙ୍କ ନାମ ସାନ୍ଦ୍ରା ସୁଲ୍ଟଜର। ସେ ବାପ୍ଟିଷ୍ଟ ହେଲଥ ବୋକା ରାଟନ ଆଞ୍ଚଳିକ ହସପିଟାଲରେ ରୋବଟ୍‌‌ ଦ୍ୱାରା ତାଙ୍କର କର୍କଟ ରୋଗର ଚିକିତ୍ସା ପାଇଁ ଅସ୍ତ୍ରୋପଚାର କରିଥିଲେ। ମୃତକଙ୍କ ସ୍ୱାମୀ ହାର୍ଭେ ସୁଲ୍ଟଜର ଦାବି କରିଛନ୍ତି ଯେ କର୍କଟ ଚିକିତ୍ସା ସମୟରେ ରୋବଟ ତାଙ୍କ ପତ୍ନୀଙ୍କ ଅନ୍ତନଳୀରେ ଏକ ଛିଦ୍ର କରିଛି। ଯେଉଁଥିପାଇଁ ସେ ମୃତ୍ୟୁ ବରଣ କରିଥିଲେ। ଏହି ମାମଲାରେ ଦର୍ଶାଯାଇଛି ଯେ ରୋବଟ୍ ତାଙ୍କ କ୍ଷୁଦ୍ର ଅନ୍ତନଳୀରେ ଏକ ଛିଦ୍ର ସୃଷ୍ଟି କରିଛି। ଯାହା ପରେ ତାଙ୍କ ଅବସ୍ଥା ବିଗିଡିବାକୁ ଲାଗିଲା। ତାଙ୍କୁ ଅଧିକ ଚିକିତ୍ସା ଆବଶ୍ୟକ ଥିଲା। ମାତ୍ର ତାଙ୍କର ମୃତ୍ୟୁ ଘଟିଛି।

- Advertisement -

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୧ ରେ ବାପ୍ଟିଷ୍ଟ ହେଲଥ ବୋକା ରାଟନ ନାମକ ଏକ ସ୍ଥାନୀୟ ଡାକ୍ତରଖାନାରେ ସାନ୍ଦ୍ରା କର୍କଟ ରୋଗ ପାଇଁ ଅସ୍ତ୍ରୋପଚାର କରିଥିଲେ। ସେହି ସମୟ ମଧ୍ୟରେ ତାଙ୍କ ଅନ୍ତନଳୀରେ ଏକ ଛିଦ୍ର ହୋଇଥିଲା। ଅସ୍ତ୍ରୋପଚାର ପରେ ସାନ୍ଦ୍ରାଙ୍କ ପେଟରେ ଯନ୍ତ୍ରଣା ଏବଂ ଜ୍ୱର ଲାଗି ରହିଲା। ଫେବ୍ରୁଆରୀ ୨୦୨୨ ରେ ତାଙ୍କର ମୃତ୍ୟୁ ହୋଇଥିଲା।

ହାର୍ଭେଙ୍କ ଅଭିଯୋଗ ଅନୁଯାୟୀ, ରୋବଟରେ ଇନସୁଲେସନ ସମସ୍ୟା ରହିଥିବା ନେଇ ଆଇଏସକୁ ଜଣାଥିଲ।। ଯାଦ୍ୱାରା ରୋବଟ୍‌‌ ଶରୀର ଭିତର ଅଙ୍ଗକୁ ମଧ୍ୟ ପୋଡିଦେଇପାରେ। କେବଳ ଏତିକି ନୁହେଁ, ସେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ଏହାର ରୋବଟଗୁଡ଼ିକୁ ସେହି ହସ୍ପିଟାଲରେ ବିକ୍ରି କରିଥାଏ ଯାହାର ରୋବୋଟିକ୍ ସର୍ଜରୀରେ କୌଣସି ଅଭିଜ୍ଞତା ନାହିଁ। ଏହି ରୋବଟ୍ କିପରି ବ୍ୟବହୃତ ହୁଏ ସେମାନଙ୍କୁ ମଧ୍ୟ କୁହାଯାଏ ନାହିଁ ଏହାସହ କୌଣସି ତାଲିମ ଦିଆଯାଇନଥାଏ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories