www.samajalive.in
Saturday, December 6, 2025
23.1 C
Bhubaneswar

ପିଲା ମୋବାଇଲରେ ବୁଡି ରହୁଛି କି? ଏହି ଲକ୍ଷଣ ଦେଖାଦେଲେ ହୁଅନ୍ତୁ ସାବଧାନ

ସମାଜ ଡିଜିଟାଲ ଡେସ୍କ: ସାଙ୍ଗମାନଙ୍କ ସହ ରହିବା ପରିବର୍ତ୍ତେ ଆପଣଙ୍କ ପିଲା ଏକାକୀ ରହିବାକୁ ପସନ୍ଦ କରୁଛନ୍ତି କି । ଖେଳକୁଦ କରିବା ବୟସରେ ମୋବାଇଲରେ ଗେମ୍‍ ଖେଳିବାରେ ବ୍ୟସ୍ତ ରହୁଥିଲେ ହୋଇଯାଆନ୍ତୁ ସାବଧାନ । ମାନସିକ ରୋଗୀ ବିଶେଷଜ୍ଞ ମତରେ ପିଲାମାନେ ଖେଳକୁଦ ନକରିବା, ଏକାକୀ ରହିବା ଲକ୍ଷଣ ମୋବାଇଲ ନିଶା ଯୋଗୁ ଦେଖାଯାଏ । ଏହା ଏକ ଗମ୍ଭୀର ପରିସ୍ଥିତି । ଯାହାର କାଉନସେଲିଂ କରିବା ଅତ୍ୟନ୍ତ ଜରୁରୀ । ପ୍ରଥମ ପର୍ଯ୍ୟାୟରେ ପିତାମାତା ମାନେ କିଛି ସତର୍କତା ଅବଲମ୍ବନ କରି ନିଜ ପିଲାଙ୍କୁ ମୋବାଇଲ ନିଶାରୁ ଦୂରେଇ ରଖିବା ଉଚିତ ।
ମାନସିକ ରୋଗୀ ବିଶେଷଜ୍ଞଙ୍କ ମତରେ ଅଧିକାଂଶ ସମୟରେ ପରିବାର ସଦସ୍ୟ ମାନେ ନିଜ କାମରେ ବ୍ୟସ୍ତ ରହୁଥିବାରୁ ପିଲାମାନେ ଏକୁଟିଆ ହୋଇଯାଆନ୍ତି । ଫଳରେ ସେମାନେ ମୋବାଇଲ ଦୁନିଆରେ ବ୍ୟସ୍ତ ରହିବାକୁ ଭଲ ପାଆନ୍ତି । ପରେ ଏହି ମୋବାଇଲ ସେମାନଙ୍କ ପାଇଁ ନିଶା ପାଲଟିଯାଏ । ଏଭଳି ପରିସ୍ଥିତିରେ ପିଲାଙ୍କୁ ବାସ୍ତବ ଦୁନିଆରେ ବ୍ୟସ୍ତ ରଖିବା ଜରୁରୀ । ଘରର ପ୍ରତ୍ୟେକ ସଦସ୍ୟ ତାଙ୍କ ସହିତ ସମୟ ବିତାଇବା ନିହାତି ଆବଶ୍ୟକ । ଦିନକୁ ଥରେ ହେଉ ପଛେ ଏକାଠି ସମସ୍ତେ ଖାଇବା, ବସିକି କିଛି କଥା ହେବା ଏବଂ ସେମାନଙ୍କ ସମସ୍ୟା କଣ ଶୁଣିବା ସହ ସମାଧାନ କରିବାକୁ ବାଟ ଦେଖାଇବା ଉଚିତ । ଏହାକରିବା ଦ୍ୱାରା ସେମାନେ ସବୁକିଛି ସେୟାର କରିବେ । ଯଦି ପିଲାଟି ଏକୁଟିଆ ରହୁଛି, ମୋବାଇଲରେ ଗେମ୍‍ ଖେଳିବା ବଦଳରେ ତାଙ୍କୁ ଭଲ ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିବାକୁ କୁହନ୍ତୁ । ଏହା ପିଲାଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ଉନ୍ନତି ଆଣିବ ଏବଂ ଡିଜିଟାଲ ଦୁନିଆରେ ବୁଡି ରହିବେ ନାହିଁ ।

ବିଶେଷଜ୍ଞଙ୍କ ମତରେ ଆଜିକାଲି ମାତାପିତା ମାନେ ପିଲାଙ୍କୁ ଘରୁ ବାହାରକୁ ଖେଳିବାକୁ ଛାଡୁନାହାଁନ୍ତି । ଯାହା ଦ୍ୱାରା ପିଲାମାନେ ଅନ୍ୟମାନଙ୍କ ସହ ମିଶିବା କଣ ଜାଣୁନାହାଁନ୍ତି । ଏହାର ପାଶ୍ୱର୍ ପ୍ରତିକ୍ରିୟା ପିଲାଙ୍କ ଠାରେ ଦେଖିବାକୁ ମିଳୁଛି । ପିଲାମାନେ ସୋସିଆଲ ମିଡ଼ିଆରେ ଯୋଗାଯୋଗ ଆରମ୍ଭ କରୁଛନ୍ତି । ଏଭଳି ପରିସ୍ଥିତିରେ ପିଲା ମାନେ ନିଜ ନିଜ ମଧ୍ୟରେ କିପରି ମିଶିବେ ସେଭଳି ପରିସ୍ଥିତି ସମାଜର ଲୋକମାନେ ପ୍ରସ୍ତୁତ କରିବା ଜରୁରୀ । ପିଲାମାନେ ବାହାରେ ଖେଳିଲେ କ୍ଲାନ୍ତ ହେବେ, ଫଳରେ ଠିକ ସମୟରେ ଖାଇବେ ଠିକ୍‍ ସମୟରେ ଶୋଇବେ । ମୋବାଇଲ ଦେଖିବା ଆବଶ୍ୟକ ହେବ ନାହିଁ ।

- Advertisement -

 

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories