ଜଙ୍ଗଲକୁ କାଠ ଗୋଟାଇବା ପାଇଁ ଯାଇଥିଲେ ମହିଳା ; ଚାଲିଗଲା ଜୀବନ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ରାମଚନ୍ଦ୍ରପୁର ନିକଟରେ ଛିଡ଼ି ପଡ଼ିଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ରାମଚନ୍ଦ୍ରପୁର ଗାଁର ପୂର୍ଣ୍ଣିମା ମହାନ୍ତ। ସୂଚନା ଅନୁଯାୟୀ, ଗୁରୁବାର ପୂର୍ଣ୍ଣିମା ଗାଁ ନିକଟ ଜଙ୍ଗଲକୁ କାଠ ଗୋଟାଇବା ପାଇଁ ଯାଇଥିଲେ। ଏହି ସମୟରେ ଅସାବଧାନତାବସତଃ ଉପରୁ ଛିଡ଼ି ପଡ଼ିଥିବା ୧୧କେଭି ବିଦ୍ୟୁତ୍ ତାର ତାଙ୍କ ଶରୀରରେ ଲାଗି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.