www.samajalive.in
Friday, December 12, 2025
15.1 C
Bhubaneswar

ପୁରୁଷ ହକି ବିଶ୍ଵକପ୍ : ପାକିସ୍ତାନକୁ ୫-୦ଗୋଲରେ ହରାଇଲା ବେଲଜିୟମ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍‌ର ୨୭ତମ ମ୍ୟାଚରେ ମଙ୍ଗଳବାର ବେଲଜିୟମ୍‌ ୫-୦ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ଦଳ କ୍ବାର୍ଟର ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି। ୧୩ରେ ହେବାକୁଥିବା କ୍ବାର୍ଟରରେ ଦଳ ଜର୍ମାନୀକୁ ଭେଟିବ। ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର କ୍ରସ ଓଭର ମ୍ୟାଚରେ ବେଲଜିୟମ୍‌ର ଖେଳାଳିମାନେ ଆରମ୍ଭରୁ ପାକିସ୍ତାନ ଉପରେ ଆକ୍ରମଣାତ୍ମକ ଭାବରେ ଖେଳିଥିଲେ। ବେଲଜିୟମ ପ୍ରଥମ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ୨ୟ କ୍ୱାର୍ଟରେ ଗୋଟିଏ ଗୋଲ ଦେଇ ମଧ୍ୟାନ୍ତର ବେଳକୁ ପାକିସ୍ତାନ ବିପକ୍ଷରେ ୩-୦ ଗୋଲରେ ଅଗ୍ରଣୀ ଥିଲା। ପାକିସ୍ତାନ ବିପକ୍ଷରେ ବେଲଜିୟମ୍‌ କ୍ୱାର୍ଟର-୩ରେ ଗୋଟିଏ ଗୋଲ ଦେଇଥିଲା। ଶେଷରେ ପାକିସ୍ତାନକୁ ବେଲଜିୟମ୍‌ ୫-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ଚଳିତ ବିଶ୍ୱକପ୍‌ର ୨୮ତମ ମ୍ୟାଚ୍‌ ଅଥବା ମଙ୍ଗଳବାରର ଦ୍ବିତୀୟ ମ୍ୟାଚ୍ କାନାଡା ଓ ନେଦରଲାଣ୍ଡସ୍‌ ମଧ୍ୟରେ ଆରମ୍ଭ ହୋଇ ସାରିଛି। ଏହି ମ୍ୟାଚର ବିଜେତା ଡିସେମ୍ବର ୧୩ରେ ଭାରତ ସହ ମୁକାବିଲା କରିବ। ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆଉ ୫ ଦିନ ପରେ ଶେଷ ହେବ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories