www.samajalive.in
Sunday, December 7, 2025
14.1 C
Bhubaneswar

ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍

ନୟାଗଡ: ନୟାଗଡ ଦଶପଲ୍ଲା ଥାନା ସିମିଳିସାହି ଗାଁରେ ଅଭାବନୀୟ ଘଟଣା ଘଟିଛି। ରାତି ଅଧରେ ଦୁର୍ବୁତ୍ତ ମାନେ ଘରେ ପଶି କଳାକନା ବୁଲାଇବା ସହ ଘର ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଗାଁର ପ୍ରମୋଦ ପ୍ରଧାନଙ୍କର ଘରର ପଛ ପଟ କବାଟ ଭାଙ୍ଗି ଗୁରୁବାର ବିଳମ୍ବିତ ରାତିରେ ଚୋରମାନେ ଭିତରକୁ ପଶିଥିଲେ। ରାତିରେ ଠକ୍ ଠକ୍ ଶଦ୍ଦ ଶୁଣି ଘର ମାଲିକ ପ୍ରମୋଦ ଏବଂ ତାଙ୍କ ପତ୍ନୀ ନିଦରୁ ଉଠିପଡିଥିଲେ । ଦୁର୍ବୁତ୍ତଙ୍କୁ ଦେଖି ଅଟକାଇବାକୁ ଚେଷ୍ଟା କରିବା ବେଳେ ଉଭୟ ସ୍ବାମୀ , ସ୍ତ୍ରୀଙ୍କୁ ଦୁର୍ବୁତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିସହିତ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ଅନେକ ମୂଲ୍ୟବାନ୍ ଜିନିଷ ଚୋରି କରି ନେଇଛନ୍ତି। ସେପଟେ ଚିତ୍କାର ଶୁଣି ପଡୋଶୀମାନେ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ରକ୍ତ ଜୁଡୁବୁଡୁ  ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇବା ପରେ ଦଶପଲ୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories