www.samajalive.in
Wednesday, December 10, 2025
15.1 C
Bhubaneswar

ବୁଧବାର ବିଏପିଏସ୍‌ ସ୍ବାମୀ ନାରାୟଣ ମନ୍ଦିରର ଲୋକାର୍ପଣ

ନୂଆଦିଲ୍ଲୀ : ବୁଧବାର ଆବୁଧାବି ସ୍ଥିତ ବିଏପିଏସ୍‌  ସ୍ବାମୀ ନାରାୟଣ ମନ୍ଦିରରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।  ମନ୍ଦିରର କୋଣ ଅନୁକୋଣରେ ଭାରତୀୟ କଳା , ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ନାଗର ଶୈଳୀରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଗୁଜୁରାଟର ସୋମନାଥ କାଶୀ ବିଶ୍ବନାଥ ମନ୍ଦିରର ଭ୍ରମ ସୃଷ୍ଟି କରୁଛି। ୨୭ଏକର ଜମିରେ ନିର୍ମିତ ଏହି ମନ୍ଦିରରେ ପ୍ରାୟ ୭ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ମନ୍ଦିର ୭ ଶିଖର ବିଶିଷ୍ଠ ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପ୍ରଥମ ଭାରତୀୟ ଶୈଳୀର ହିନ୍ଦୁ ମନ୍ଦିର , ଯାହା ସମ୍ପୂର୍ଣ୍ଣ ପଥରରେ ନିର୍ମାଣ ହୋଇଛି। ମନ୍ଦିରରେ ବ୍ୟବହାର ହୋଇଥିବା ପିଙ୍କ୍ ପଥର ରାଜସ୍ଥାନରୁ ଆସିଥିବାବେଳେ ଧଳା ଇଟାଲିଆନ୍ ମାର୍ବଲ ଇଟାଲୀରୁ ଆସିଛି। ଗ୍ରାନାଇଟ୍ ଓ ଧଳା ମାର୍ବଲରେ ଏହି ମନ୍ଦିର ନିର୍ମାଣ ହୋଇଛି। ଯାହା ବେଶ୍ ମନ୍ତ୍ର ମୁଗ୍ଧକର। ମନ୍ଦିରରେ ପାଶ୍ବ ଦେବାଦେବୀଙ୍କ ମୂର୍ତ୍ତି ବି ନିଖୁଣ ଭାବରେ ନିର୍ମାଣ କରାଯାଇଛି। ମଭ୍ଗଳବାର ଆବୁଧାବିରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରବାସୀ ଭାରତୀୟ ମାନେ ସମ୍ବର୍ଦ୍ଧନା ଦେଇଥିଲେ। ବିମାନ ବନ୍ଦରରେ ମୋଦୀଙ୍କୁ ଆଲିଙ୍ଗନ କରି ସ୍ବାଗତ କରିଥିଲେ ୟୁଏଇ ରାଷ୍ଟ୍ରପତି। ତେବେ ଏହା କେବଳ ଏକ ସାଂସ୍କୃତିକ ମାଇଲଖୁଣ୍ଟ ନୁହେଁ, ବିଏପିଏସ୍ ହିନ୍ଦୁ ମନ୍ଦିର ମଧ୍ୟ ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories