www.samajalive.in
Monday, December 15, 2025
16.1 C
Bhubaneswar

୬ଦଫା ଦାବିରେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଧାରଣା

କେନ୍ଦୁଝରଗଡ଼: ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କ ସମସ୍ୟା ସମାଧାନକ୍ଷେତ୍ରରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ସହ କ୍ୟାଡ଼ର ପୁର୍ନଗଠନ ଭଳି ଦାବି ପ୍ରତି ଅଣଦେଖା ଅଭିଯୋଗ କରିଛି ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ। ସଂଘ ନିଷ୍ପତିକ୍ରମେ କେନ୍ଦୁଝର ଜିଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଚଳିତମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ମୋବାଇଲ ଯୋଗେ ବିଭାଗୀୟ ସେବାରୁ ନିବୃତ ରହିଥିଲେ ।

ଉପରୋକ୍ତ ଦିନ ମଧ୍ୟରେ ଉଚ୍ଚ କର୍ତ୍ତୃପକ୍ଷ ଯଦି କ୍ୟାଡ଼ର ପୁନର୍ଗଠନ ଦାବି ପୁରଣ ନକରନ୍ତି ତେବେ ଫେବୃୟାରୀ ୧୩ରୁ ୧୯ତାରିଖ ପର୍ଯ୍ୟନ୍ତ ମୋବାଇଲ ଯୋଗେ ପ୍ରଦତ୍ତ ସେବା ବନ୍ଦ ସହ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଗଣଧାରଣାରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ଦାବି ପୁରଣ ନହେବାରୁ ପୂର୍ବ ଘୋଷିତ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର କେନ୍ଦୁଝର ଜିଲା କୃଷି ଅଧିକାରୀ କାର୍ଯ୍ୟାଳୟ ପରିସରରେ ଜିଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଗଣଧାରଣାରେ ସାମିଲ ହୋଇ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି।

- Advertisement -

କ୍ୟାଡ଼ର ପୁନର୍ଗଠନ, ଗ୍ରେଡ ପେ ୪୨୦୦ଟଙ୍କାକୁ ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ, ଶିକ୍ଷାଗତ ଯୋଗ୍ୟତା+୩ ବିଜ୍ଞାନ, ୬ ବର୍ଷରେ ମୂଳ ଚାକିରିରେ ଗଣନା ଏବଂ ଲାପଟପ୍, ମୋବାଇଲ ଭାଉଚର ଆଦି ପ୍ରଦାନ ଦାବିରେ ଏହି ଧାରଣା ଆରମ୍ଭ ହୋଇଛି। ୧୯ ତାରିଖ ସୁଦ୍ଧା ଦାବି ପୁରଣ ନହେଲେ ୨୦ ତାରିଖରୁ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କୃଷିଭବନ ସମୁଖରେ ସମୁହ ଗଣଧାରଣା ଦେବେ ବୋଲି ସଂଘ ପକ୍ଷରୁ ଚେତବନୀ ଦିଆଯାଇଛି।

ଏଥିଯୋଗୁଁ ଯଦି କୃଷି ଓ କୃଷକଙ୍କର କୌଣସି କ୍ଷତି ଘଟେ ତେବେ ବିଭାଗ ଓ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏ ନେଇ ପୂର୍ବରୁ ଜିଲା ସଂଘ କର୍ମକର୍ତ୍ତା ଜିଲା କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଲା ସଭାପତି ଉମେଶ ପ୍ରଧାନଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ରୂପକ ଦାସ, ସଙ୍ଗଠନ ସମ୍ପାଦକ ସଦାନନ୍ଦ ମଲ୍ଲିକ, ସହସମ୍ପାଦକ ସନୁଆଁ ଖାନ, ଉପସଭାପତି ବେଦବ୍ୟାସ ନାୟକ, ପ୍ରହରାଜ ରଥ, ରଶ୍ମୀ ନାୟକ, ସୁନୀଲ ନାଏକ, ଅରୁଣା ପରିଡ଼ା, ସମ୍ପିକା ବିଶ୍ୱାଳ, ସୌର ମାରାଣ୍ଡି ଓ ଧରଣୀ କିଶାନ ପ୍ରମୁଖଙ୍କ ସହ ଶତାଧିକ କର୍ମଚାରୀ ଧାରଣାରେ ସାମିଲ ହୋଇ ଆନ୍ଦୋଳନକୁ ବ୍ୟାପକ କରିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories