www.samajalive.in
Saturday, December 13, 2025
26.1 C
Bhubaneswar

ଆନ୍ତରାଜ୍ୟ ଛିନତାଇ ଗ୍ୟାଙ୍ଗକୁ କାବୁ କଲା ପାଟଣା ପୁଲିସ; ୭ ଅଭିଯୁକ୍ତ କୋର୍ଟ ଚାଲାଣ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଲିସ ଛିନତାଇ ଗ୍ୟାଙ୍ଗକୁ କାବୁ କରିଛି। ଗ୍ୟାଙ୍ଗର ୭ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗତ କିଛି ଦିନ ପୂର୍ବରୁ ଧାନବେଣୀ ଗ୍ରାମର ହେମାନନ୍ଦ ମହାନ୍ତ ,ପିତା ଗୌର ମହାନ୍ତ ପାଟଣା ବଜାରରେ ଥିବା ସୁନା ଦୋକାନରୁ ଗହଣା କିଣି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ପାଟଣା ବୈତରଣୀ ନଦୀ ନିକଟରେ ଛୀନତାଇ ଗ୍ୟାଙ୍ଗ ସମସ୍ତ ସୁନା ଗହଣା ଚୋରୀ କରିନେଇଥିଲେ। ଏହି ଘଟଣା କୁ ଆଖି ଆଗରେ ରଖି କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଗାଁ ଏସ୍ ଡି ପି ଓ ଚମ୍ପୁଆ ଏସ୍ ଡି ପି ଓ ଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଛିନତାଇ ଗ୍ୟାଙ୍ଗକୁ କାବୁ କରାଯାଇଛି।

ପୁଲିସ ସେମାନଙ୍କ ପାଖରୁ ସୁନା ଜିନିଷ ସହିତ ନଗଦ ୫୪ ହଜାର ୨୮୬ ଟଙ୍କା ଗୋଟିଏ ପଲସର ବାଇକ, ଗୋଟିଏ ହିରୋ ସି ବି ଜେଡ୍ ଏବଂ ୫ ଟି ମୋବାଇଲ ଜବତ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଛିନତାଇ ଗ୍ୟାଙ୍ଗର ସମସ୍ତ ସଦସ୍ୟ ପୂର୍ବରୁ ଅନେକ ଜିଲ୍ଲାରେ ଅପରାଧିକ ମାମଲାରେ ଜଡିତ ଥିବା ସୂଚନା ମିଳିଛି।

- Advertisement -

ଛିନତାଇ ଗ୍ୟାଙ୍ଗର ୫ ଜଣ ସଦସ୍ୟ ଗଞ୍ଜାମ ଜିଲ୍ଲାର। ସେମାନେ ହେଲେ ଏ.ଶ୍ରୀନୁ (୩୦) କ୍ରୀଷ୍ଣା ଦାସ (୨୬) ଆଦେଲ୍ ଏସୁ(୩୨) ବିଜୟ ଦାସ(୪୦) ଏ. ଆବାଦ୍(୩୫) ଥିବା ବେଳେ ଯାଜପୁର ଜିଲ୍ଲାର ୨ ଜଣ ହେଲେ ଏ. ମାଲିଙ୍ଗା(୩୦) ଏ. ଶେଖର (୩୨) ମୋଟ ସାତଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସ୍.ଡି.ପି.ଓ. ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି। ଏହି ପ୍ରେସ ମିଟରେ ପାଟଣା ଥାନାଧିକାରୀ ଵିଵତ୍ସ ପ୍ରଧାନ ଏସ୍ ଆଇ ଶିବସଙ୍କର ଆଲଦା ପ୍ରମୁଖ ଉପସ୍ଥିତ ଥିଲେ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories