www.samajalive.in
Monday, December 8, 2025
24.1 C
Bhubaneswar

ପେନସନ୍‌‌ ପାଇଁ ସର୍ଚ୍ଚ କରୁ କରୁ ହେଲେ ଠକାମିର ଶିକାର ; କଟିଗଲା ୧୧,୧୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଅନେକ ସମୟରେ ଛୋଟ ଛୋଟ ଭୁଲ୍‌‌ କାରଣରୁ ଅଧିକାଂଶ ଲୋକେ ସାଇବର ଠକାମିର ଶିକାର ହେବା ସହ ଲକ୍ଷାଧିକ ଟଙ୍କା ଆକାଉଣ୍ଟରୁ ଖାଲି ହୋଇଯାଉଛି। ସାଇବର ଠକାମିର ଆଉ ଏକ ମାମଲା ସାମ୍ନାକୁ ଆସିଛି। ମୋବାଇଲ୍‌‌ରେ ସର୍ଚ୍ଚ କରି ଜଣେ ବ୍ୟକ୍ତି ଠକାମିର ଶିକାର ହୋଇଛନ୍ତି। ଆକାଉଣ୍ଟରୁ ପ୍ରାୟ ୧୧,୧୪ ଲକ୍ଷ ଟଙ୍କା ଠକାମିର ଶିକାର ହୋଇଛନ୍ତି।
ଘଟଣା କ୍ରମେ,ଲୁଧିଆନାର ଜଣେ ବାସିନ୍ଦା, ୫୮ ବର୍ଷୀୟ ବ୍ୟକ୍ତି ନିଜର ପେନସନ୍‌‌ ଜନିତ ସମସ୍ୟାକୁ ନେଇ ଚିନ୍ତିତ ଥିଲେ। ଏହି କାରଣରୁ ସେ ମୋବାଇଲରେ ବ୍ୟାଙ୍କିଙ୍ଗ୍‌‌ ଆପ୍‌‌ରେ କିଛି ସର୍ଚ୍ଚ କରିଥିଲେ। ସେହି ସମୟରେ ସେ ସାଇବର ଠକାମିର ଶିକାର ହୋଇଛନ୍ତି।
ପୁଲିସ ଏହାକୁ ନେଇ ମାମଲା ରୁଜୁ କରିଛି। ପୁଲିସ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ସେମାନେ ଭିନ୍ନ ଭିନ୍ନ ରାଜ୍ୟର ବୋଲି ଜଣାପଡିଛି।
ଉକ୍ତ ବ୍ୟକ୍ତି ଜଣକ ମୋବାଇଲରେ ଆପ୍‌‌ରେ ପେନସନ୍‌‌ ସମ୍ବନ୍ଧରେ କିଛି ତଥ୍ୟ ଖୋଜୁଥିଲେ। ସେହି ସମୟରେ ମୋବାଇଲରେ ଏକ ମେସେଜ୍‌‌ ଆସିଥିଲା। ସେ ତା’କୁ କ୍ଲିକ୍‌‌ କରିଥିଲେ।  ପୁଣି ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା। ଏହାପରେ କଲ୍‌‌ ଆସିଥିଲା। ପରେ ତାଙ୍କୁ ଏକ ମେସେଜ ଆସିବା ସହ ଆକାଉଣ୍ଟରୁ ୧୧.୧୪ ଲକ୍ଷ କଟି ଯାଇଥିଲା। ଭୁଲ୍‌‌ରେ ମଧ୍ୟ କୌଣସି ଅଜଣା ନମ୍ବରରୁ କଲ୍‌‌ କିମ୍ବା ମେସେଜ ଆସିଲେ ଏଥିରେ ଓଟିପି ଦିଅନ୍ତୁ ନାହିଁ। କିମ୍ବା ଟଙ୍କା ସମ୍ବନ୍ଧରେ କୌଣସି ଆପ୍‌‌ରେ ସର୍ଚ୍ଚ ମଧ୍ୟ କରନ୍ତୁ ନାହିଁ। ଏଭଳି ବାରମ୍ବାର ଠକାମି ଘଟଣା ସାମ୍ନାକୁ ଆସୁଛି। ତେଣୁ ସଚେତନ ହେବା ଅଧିକ ଜରୁରୀ।

 

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories