ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହେଲା ୟୁପିଆଇ ସେବା: ମୋଦୀ କହିଲେ, ‘ଐତିହାସିକ ଦିନ’

ନୂଆଦିଲ୍ଲୀ : ଭାରତର ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସେବା ସୋମବାର ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଐତିହାସିକ ଦିନ ବୋଲି କହିଛନ୍ତି । ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଏବଂ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ ମଧ୍ୟ ଭାଗ ନେଇଛନ୍ତି ।

ମୋଦୀ ଏନେଇ କହିଛନ୍ତି କି ‘ନୂଆ ଫିନଟେକ ସେବା ଉଭୟ ଦେଶକୁ ସାହାଯ୍ୟ କରିବ । ୩ ମିତ୍ର ଦେଶଙ୍କ ପାଇଁ ଏହା ଏକ ବିଶେଷ ଦିନ  । କାରଣ ଆମେ ନିଜ ଐତିହାସିକ ସମ୍ବନ୍ଧକୁ ଆଧୁନିକ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସହିତ ଯୋଡୁଛନ୍ତି । ମୋତେ ପୂର୍ଣ୍ଣ ବିଶ୍ବାସ, ୟୁପିଆଇ ଯୋଗୁଁ ଶ୍ରୀଲଙ୍କା ଏବଂ ମରିସସକୁ ଫାଇଦା ହେବ ।’

ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ(ଏନପିସିଆଇ) ଦ୍ବାରା ବିକଶିତ ୟୁପିଆଇ ମୋବାଇଲ ଫୋନ୍ ମାଧ୍ୟମରେ ବ୍ୟାଙ୍କ ନେଣଦେଣର ସୁବିଧା ପାଇଁ ଏକ ତ୍ବରିତ ବାସ୍ତବିକ ସମୟ ପୈଠ ପ୍ରଣାଳୀ । ଏହା ଦ୍ବାରା ଦୋକାନ ବଜାର କେଉଁଠି ବି ଅନଲାଇନରେ ପୈଠ କରିହୁଏ ଏବଂ ସିଧା ବ୍ୟାଙ୍କ ଆକାଉଣ୍ଟରୁ ଏହି ପୈଠ ହୋଇଥାଏ । ବାହାର ଦେଶରେ ଏହା ବ୍ୟବହାର ହେବା ଫଳରେ ଭାରତୀୟ ନାଗରିକ ଯଦି କେଉଁଠିକି ଭ୍ରମଣରେ ଯାତ୍ରା କରନ୍ତି ତେବେ ସେମାନେ ମଧ୍ୟ ସହଜରେ ସେଠାରେ ପୈଠ କରିପାରିବେ ।

Comments are closed.