www.samajalive.in
Sunday, December 7, 2025
14.1 C
Bhubaneswar

ଚାଷୀଙ୍କୁ ମାଣ୍ଡିଆ ବିକ୍ରିରେ ମିଳିବ ଉଚିତ୍ ମୂଲ୍ୟ, ଖୋଲିଲା ମଣ୍ଡି

ପାଟଣା : ଘଟଗାଁ ବ୍ଳକର ମନୋହରପୁର ଗ୍ରାମରେ ଆଜି ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ  ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଳକ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ, ମିଲେଟ ମିଶନର ଜିଲ୍ଲା ସଂଯୋଜକ ସଞ୍ଜୟ କୁମାର ସାହୁ , ସହ ସଂଯୋଜିକା ଐଶୋର୍ଯ୍ୟା ସାହୁ  ଏବଂ ଶ୍ରୀଷ୍ଟି ଅନୁଷ୍ଠାନ ବ୍ଳକ ସଂଯୋଜିକା ସୁବାସିନୀ ସ୍ବାଇଁ ଏବଂ ସ୍ମୁତିରଂଜନ ଜେନା, ଅଭିଜିତ ଦାସ , ଶ୍ରବଣ ମହାରଣା, ଭରତ ପାତ୍ର, ଟିକିମଂଜରୀ ନାଏକ, ଚନ୍ଦ୍ରମଣି ମହାନ୍ତ , ଜୟନ୍ତି ମହାନ୍ତ, ବ୍ରଜେନ୍ଦ୍ର ରାଣା ଉପସ୍ଥିତ ଥିଲେ। ଏହି ଅବସରରେ ଚାଷୀର ମାଣ୍ଡିଆ କୁଇଣ୍ଟାଲ ପ୍ରତି ୩୮୪୬ ଟଙ୍କା ବିକ୍ରିର ସୁବିଧା, ବ୍ୟାଙ୍କ ମାଧ୍ୟମରେ ଉଚିତ୍ ମୁଲ୍ୟ ପ୍ରଦାନ  ଏବଂ ମାଣ୍ଡିଆ ଚାଷକୁ  ଗୁରୁତ୍ବ ଉପରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମାଣ୍ଡିଆ ଚାଷୀ ଉପସ୍ଥିତ ଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories