www.samajalive.in
Saturday, December 13, 2025
26.1 C
Bhubaneswar

ପେଟ୍ରୋଲ ସରିବା ପରେ ବାଇକରୁ ଓହ୍ଲାଇଲେନି ଗ୍ରାହକ, ଠେଲି ଠେଲି ନେଲେ ରାପିଡୋ ଚାଳକ

ହାଇଦ୍ରାବାଦ : ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏକ ବାଇକ ଟ୍ୟାକ୍ସିର ପେଟ୍ରୋଲ ସମାପ୍ତ ହେବା ପରେ ଗ୍ରାହକ ଓହ୍ଲାଇବାକୁ ମନା କରିଦେଲେ । ଏହା ପରେ ବାଇକ ଟ୍ୟାକ୍ସି ଚାଳକ ଗ୍ରାହକଙ୍କୁ ବାଇକରେ ବସାଇ ଠେଲି ଠେଲି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେବାକୁ ପଡିଛି । ଏହି ସମୟର ଦୃଶ୍ୟକୁ କେହି ଭିଡିଓ ଉତ୍ତୋଲନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛି । ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

- Advertisement -

ସୂଚନା ଅନୁସାରେ ହାଇଦ୍ରାବାଦରେ ରାପିଡୋର ଜଣେ ଗ୍ରାହକ ଦୁଇଚକିଆ ଗାଡି ବୁକିଂ କରିଥିଲେ । ବୁକିଂ ଅନୁସାରେ ବାଇକ ଟ୍ୟାକ୍ସି ଚାଳକ ଗ୍ରାହକଙ୍କୁ ବସାଇ ତାଙ୍କ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ଯାତ୍ରା କରୁଥିଲେ । କିନ୍ତୁ ଏହି ସମୟରେ ଅଧାରେ ଟ୍ୟାକ୍ସିରୁ ତେଲ ସରିଗଲା । ପେଟ୍ରୋଲ ସମାପ୍ତ ହେବା ପରେ ଚାଳକ ବାଇକରୁ ଓହ୍ଲାଇ ଗ୍ରାହକଙ୍କୁ ମଧ୍ୟ ଓହ୍ଲାଇବାକୁ କହିଲେ । ଉଭୟ ଚାଲି ଚାଲି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ପୁଣି ଯାତ୍ରା କରିବାକୁ ପରାମର୍ଶ ଦେଲେ ଚାଳକ । କିନ୍ତୁ ଗ୍ରାହକ ଏଥିପାଇଁ ମନା କରିଦେଲେ ।

ବାଇକ ଚାଳକଙ୍କ ଅନେକ ଅନୁରୋଧ ସତ୍ତ୍ବେ ଗ୍ରାହକ ଗାଡିରୁ ଓହ୍ଲାଇବାକୁ ରାଜି ହେଲେନି । ଶେଷରେ ଟ୍ୟାକ୍ସି ଚାଳକ ବାଧ୍ୟ ହୋଇ ତାଙ୍କୁ ବସାଇ ଗାଡି ଠେଲିବାକୁ ଲାଗିଲେ । ଏହି ପରି ସେ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାତ୍ରା କଲେ । ତେଲ ପକାଇବା ପରେ ପୁଣି ନିଜ ଗନ୍ତବ୍ୟସ୍ଥଳକୁ ବାହାରିଲେ । କିନ୍ତୁ ଏହି ସମୟର ଦୃଶ୍ୟ କେହି ନିଜ ମୋବାଇଲରେ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଛନ୍ତି । ଯାହା ଫଳରେ ଏବେ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories