www.samajalive.in
Sunday, December 14, 2025
16.1 C
Bhubaneswar

୭ଦିନରେ ଚମକିବ ତ୍ୱଚା, ଖାଆନ୍ତୁ ଏହି ୫ଟି ଖାଦ୍ୟ

ସମାଜ ଡିଜିଟାଲ ଡେସ୍କ: ଆପଣଙ୍କ ତ୍ୱଚା ଶୁଖିଲା ଏବଂ ଭାଙ୍ଗ ପଡିବାରୁ ଅଧିକ ବୟସ୍କ ଲାଗୁଛନ୍ତି କି? ଡାକ୍ତରଙ୍କ ପରାମର୍ଶ ନେଇ ଅନେକ ଗୁଡିଏ କସମେଟିକ ପ୍ରଡକ୍ଟ ବ୍ୟବହାର କରି ମଧ୍ୟ ସୁଫଳ ମିଳିନାହିଁ କି? ଯଦି ହଁ ତେବେ ଏଥିପାଇଁ କିଛି ପ୍ରାକୃତିକ ଭିଟାମିନ୍‍ ଯୁକ୍ତ ଖାଦ୍ୟ ଖାଇବାକୁ ପଡିବ। ଯାହା ଦ୍ୱାରା ଆପଣ ସବୁବେଳେ ଫ୍ରେସ ଏବଂ ସ୍କିନ୍‍ ଗ୍ଲୋ କରୁଥିବା ଭଳି ଦେଖାଯିବେ। ଏହି ୫ଟି ପ୍ରାକୃତିକ ଖାଦ୍ୟ ପ୍ରତି ଆପଣ ଯଦି ଧ୍ୟାନ ଦେବେ ତେବେ ଉଜ୍ଜ୍ୱଳ ଏବଂ ସୁସ୍ଥ ଚର୍ମ ପାଇପାରିବେ। ଏହି ସବୁ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ, ଲାଇକୋପିନ୍‍, ଭିଟାମିନ୍‍-ଇ ଇତ୍ୟାଦି ରହିଥାଏ। ଯାହା ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟକୁ ବଢାଇଥାଏ।

୧ ଲାଇକୋପିନ୍‍ ଯୁକ୍ତ ଭରପୂର ଖାଦ୍ୟ ଖାଆନ୍ତୁ: ବିଶେଷଜ୍ଞଙ୍କ ମତରେ ସୁସ୍ଥ ଏବଂ ଚମକୁଥିବା ତ୍ୱଚା ପାଇବା ପାଇଁ ଆପଣଙ୍କୁ ଲାଇକୋପିନ୍ ଭରପୂର ଖାଦ୍ୟ ଖାଇବା ଉଚିତ୍ । ଏହା ଏକ ଆଣ୍ଟିଅକ୍ସିଡାଣ୍ଟ, ଯାହା ଚର୍ମ ପାଇଁ ଅଙ୍ଗରକ୍ଷୀ ଭାବରେ କାର୍ୟ୍ୟ କରିଥାଏ। ଲାଇକୋପିନ୍ ପାଇଁ ଟମାଟୋ, ତରଭୁଜ ଏବଂ ଅମୃତଭଣ୍ଡା ପ୍ରଚୁର ପରିମାଣରେ ଖାଆନ୍ତୁ । ଲାଇକୋପିନ୍ ସୂର୍ୟ୍ୟକିରଣର ସମସ୍ୟାକୁ ୪୦ ପ୍ରତିଶତ ହ୍ରାସ କରିଥାଏ ।

- Advertisement -

୨ ଆଇସୋଫ୍ଲୋଭୋନ୍ସ: ଏହା ଏକ ଉଦ୍ଭିଦ ଇଷ୍ଟ୍ରୋଜେନ। ଯାହା ଆପଣଙ୍କ ତ୍ୱଚାକୁ ଅନେକ ଉପାୟରେ ସୁସ୍ଥ ରଖେ। ଏଥିପାଇଁ ଆପଣ ସୋୟା କ୍ଷୀର, ଟୋଫୁ ଏବଂ ଲେଟୁସ୍‍ ଖାଇବା ଅତ୍ୟନ୍ତ ଜରୁରୀ। ପରୀକ୍ଷଣ ଅନୁଯାୟୀ ଆଇସୋଫ୍ଲୋଭୋନ୍‍ ଚର୍ମକୁ ଉନ୍ନତ କରିଥାଏ, ଏହା ସହ ସୂକ୍ଷ୍ମ ରେଖା ସୃଷ୍ଟି ହେବା ସମସ୍ୟାକୁ ଦୂର କରିଥାଏ।

୩ ଭିଟାମିନ୍‍-ସି: ଭିଟାମିନ୍‍-ସି ଭରପୂର ଖାଇବା ଦ୍ୱାରା ଶରୀରେ କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନଥାଏ ବରଂ ଚର୍ମକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଏହା ଚର୍ମକୁ ଏକ ଉଜ୍ଜ୍ୱଳ ଏବଂ କୋମଳଯୁକ୍ତ କରିଥାଏ। ଭିଟାମିନ୍‍-ସି ରେ ଅଁଳା ପ୍ରମୁଖ। ଏହାସହିତ ହଳଦିଆ ଏବଂ ନାଲି କ୍ୟାପସିକମ୍‍ ଖାଇବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ ଭିଟାମିନ୍‍-ସି ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କୋଲାଜେନ୍‍ ଉତ୍ପାଦନ ବୃଦ୍ଧି ପାଇଥାଏ। ଏହି ସମସ୍ତ ଖାଦ୍ୟ ଚର୍ମକୁ କୋମଳ କରିବା ସହ ଶକ୍ତି ଯୋଗାଇଥାଏ।

୪ ଓମେଗା-୩: ଓମେଗା ୩ ଖାଦ୍ୟ ଚର୍ମକୁ ଚିକ୍କଣ କରିଥାଏ। ଫ୍ୟାଟି ଏସିଡ ଭରପୂର ଖାଦ୍ୟ ଖାଇବା ଦ୍ୱାରା ଚର୍ମ ଚିକ୍କଣ ଏବଂ ପରିସ୍କାର ଦେଖାଯାଏ। ଏଥିପାଇଁ ଆପଣ ପ୍ରତିଦିନ ଅଳସୀ ମଞ୍ଜି, ଚିଆ ସିଡ୍‍ ଖାଇ ପାରିବେ। ଓମେଗା-୩ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମୁହଁରେ ବ୍ରଣ ଭଲ ହୋଇଥାଏ ।

୫ ଭିଟାମିନ୍‍-ଇ : ତ୍ୱଚା ପାଇଁ ଭିଟାମିନ୍‍-ଇ ଅତ୍ୟନ୍ତ ଜରୁରୀ। ଏହା ତ୍ୱଚାକୁ ରକ୍ଷା କରୁଥିବା ଆଣ୍ଟିଅକ୍ସିଡାଣ୍ଟ। ଯାହା ତ୍ୱଚାରେ ହାଇଡ୍ରେସନକୁ ଅଟକାଇଥାଏ। ଏଥିପାଇଁ ଆପଣ ସୂର୍ଯ୍ୟମୁଖୀ ଫୁଲର ମଞ୍ଜି, ବାଦାମ, ପାଳଙ୍ଗ ଇତ୍ୟାଦି ଖାଇପାରିବେ। ତ୍ୱଚାରେ ଭିଟାମିନ୍‍-ଇ ଯୁକ୍ତ କ୍ୟାପସୁଲ ତେଲ ଲଗାଇବା ଦ୍ୱାରା ସୂର୍ଯ୍ୟ କିରଣ ରୁ ହେଉଥିବା ଟ୍ୟାନ୍‍ ରୁ ସ୍କିନ୍‍ କୁ ରକ୍ଷା କରିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories