www.samajalive.in
Tuesday, December 9, 2025
15.1 C
Bhubaneswar

ଦିଲ୍ଲୀ ମୁହାଁ ଚାଷୀ: ୧୨ଟି ଦାବି ପୂରଣ ପାଇଁ କରିବେ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଗର୍ଜିବେ ଚାଷୀ ସଂଗଠନ। ଏଥିପାଇଁ ୧୦୦୦ରୁ ଅଧିକ ଟ୍ରାକ୍ଟର ଓ କ୍ରେନ ନେଇ ଦିଲ୍ଲୀ ଅଭିମୁଖେ ଆସୁଛନ୍ତି କିଷାନ ମଜଦୁର ମୋର୍ଚ୍ଚା (କେଏମଏମ) ଏବଂ ସଂଯୁୁକ୍ତ କିଷାନ ମୋର୍ଚ୍ଚା (ଅଣ ରାଜନୈତିକ)ର ହଜାର ହଜାର ଚାଷୀ । ସେପଟେ ସୋମବାର ଅପରାହ୍ନ ୫ଟାରେ କେନ୍ଦ୍ର ସରକାରଙ୍କ ସହ ଚାଷୀ ସଂଗଠନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ।

କୃଷକ ସଂଗଠନର ମୁଖ୍ୟତଃ ୧୨ଟି ଦାବି ରହିଛି। ସେଗୁଡିକ ହେଲା ..
୧-  ଡକ୍ଟର ସ୍ୱାମୀନାଥନ୍‍ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ସମସ୍ତ ଫସଲ ପାଇଁ ଏମଏସପି (ସର୍ବନିମ୍ନ ସହାୟତା ମୂଲ୍ୟ) ଗ୍ୟାରେଣ୍ଟି ଦେଉଥିବା ଏକ ଆଇନ।
୨ – ଚାଷୀ ଏବଂ ଶ୍ରମିକମାନଙ୍କର ସମୂର୍ଣ୍ଣ ଋଣ ଛାଡ।
୩ – ଦେଶରେ ଜମି ଅଧିଗ୍ରହଣ ଅଧିନିୟମ ୨୦୧୩କୁ ପୁନଃ କାର୍ଯ୍ୟକାରୀ କରାଯାଉ। କୃଷକଙ୍କ ଠାରୁ ଲିଖିତ ସମ୍ମତି ଏବଂ ବର୍ତମାନ ବଜାର ଦରର ୪ ଗୁଣା କ୍ଷତିପୂରଣ ନିଶ୍ଚିତ କରିବାକୁ ଦାବି।
୪ – ଲକ୍ଷ୍ମୀପୁର ଖେରୀ ହତ୍ୟାକାଣ୍ଡର ଅପରାଧୀଙ୍କୁ ଦଣ୍ଡ ଏବଂ ପ୍ରଭାବିତ ଚାଷୀଙ୍କ ପରିବାକୁ ନ୍ୟାୟ ପ୍ରଦାନ।
୫ – ବିଶ୍ୱ ବାଣିଜ୍ୟ ସଂଗଠନରୁ ହଟାଅ ଏବଂ ସମସ୍ତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ପ୍ରତିବନ୍ଧକ ।
୬ – କୃଷକ ଏବଂ କୃଷି ଶ୍ରମିକଙ୍କୁ ପେନସନ।
୭ – ଦିଲ୍ଲୀରେ ଆନ୍ଦୋଳନ ବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ପରିବାରର ସଦସ୍ୟଙ୍କୁ ଚାକିରି।
୮ – ବିଦ୍ୟୁତ ସଂଶୋଧନ ବିଲ୍‍ ୨୦୨୦ ରଦ୍ଧ କରାଯାଉ।
୯ – କୃଷି ସହ ଯୋଡି ହୋଇଥିବାରୁ ବର୍ଷକୁ ୨୦୦ ଦିନର ରୋଜଗାର ଏବଂ ମନରେଗା ଅଧୀନରେ ଦୈନିକ ୭୦୦ ଟଙ୍କା ପ୍ରଦାନ।
୧୦ – ନକଲି ମଞ୍ଜି, କୀଟନାଶକ ଏବଂ ସାର ଉତ୍ପାଦନ କରୁଥିବା କମ୍ପାନୀ ଗଡିକ ଉପରେ କଠୋର ଦଣ୍ଡ ଏବଂ ଉନ୍ନତ ମାନର ବିହନ ଯୋଗାଇବା।
୧୧ – ଲଙ୍କା, ହଳଦୀ ଏବଂ ଅନ୍ୟ ମସଲା ପାଇଁ ଏକ ଜାତୀୟ ଆୟୋଗ ଗଠନ।
୧୨ – ଆଦିବାସୀ ମାନଙ୍କ ଜମି ଲୁଟୁଥିବା କମ୍ପାନୀକୁ ଅଟକାଇବା। ଜଳ, ଜଙ୍ଗଲ ଏବଂ ଜମି ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ କରିବା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories