www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନରେ ଇମରାନ୍‌ ଖାନ୍‌ଙ୍କୁ ମିଳିଲା ଜାମିନ୍‌

ଇସଲାମାବାଦ- ପାକିସ୍ତାନରେ ଜେଲ୍‌ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କୁ ବିଭିନ୍ନ ସୈନ୍ୟ ଠିକଣା ଉପରେ ଆକ୍ରମଣ ମାମଲାରେ ଜାମିନ୍ ପ୍ରଦାନ କରାଯାଇଛି । ଗତ ବର୍ଷ ମେ’ ୯ ତାରିଖରେ ପାକିସ୍ତାନରେ ସେନାର ବିଭିନ୍ନ ବାରାକ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ପଛରେ ଇମରାନ୍‌ ଖାନ୍‌ଙ୍କ ହାତ ଥିବା କଥା ଅଭିଯୋଗ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଆଣ୍ଟି ଟେରୋରିଜିମ୍‌ କୋର୍ଟ ତାଙ୍କୁ ଜାମିନ୍‌ ପ୍ରାଦନ କରିଛନ୍ତି ।

୭୧ ବର୍ଷିୟ ଇମରାନ୍ ଖାନ୍‌ଙ୍କୁ ଏବେ ଜେଲ୍‌ ରଖିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ ତାଙ୍କ ଆଦେଶରେ ଦର୍ଶାଇଛନ୍ତି । ଏଟିସି ନ୍ୟାୟାଧୀଶ ମଲିକ୍‌ ଇଜାଜ୍‌ ଆସିଫ୍‌, ଇମରାନ୍‌ଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ଏହି ମାମଲାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିଥିବା ବେଳେ ଇମରାନ୍‌ଙ୍କୁ ଜେଲ୍‌ରେ ରଖିବାର ଆବଶ୍ୟକତା ନାହିଁ ବୋଲି ଅଦାଲତ ଦର୍ଶାଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଶାହା ମହମ୍ମଦ ଖୁରେସୀଙ୍କୁ ମଧ୍ୟ ଜାମିନ୍‌ ମିଳିଛି ।

- Advertisement -

ଏହି ସବୁ ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ଇମରାନ୍‌ ଖାନ୍‌ ଅଦାଲତରେ ଉପସ୍ଥିତ ରହି ଜଣାଇଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories