www.samajalive.in
Friday, December 12, 2025
15.1 C
Bhubaneswar

ମାଓବାଦୀରୁ ଓହରି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ପାର୍ଷାଲିରେ ପୋଷ୍ଟର

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷ।ଲି ପଞ୍ଚାୟତ ସଦର ମହକୁମାଠାରୁ ମାଓବାଦୀରୁ ଓହରି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ପୋଷ୍ଟର ଆଗିଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ଓଡିଶା ଏକ ଶାନ୍ତିପୂର୍ଣ୍ଣ ଭାଇଚାରାର ରାଜ୍ୟ ,ଅଳ୍ପରେ ସନ୍ତୁଷ୍ଟ ହେବା ଓ ପରୋପକାର କରିବା ଲୋକଙ୍କ ନୀତି । ବିଭିନ୍ନ ରାଜ୍ୟ ତଥା ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରୁ କିଛି ଖଳ ପ୍ରକୃତିର ଲୋକ ଏଠାକୁ ଆସି ନିଜକୁ ମାଓବାଦୀ କହି ଟଙ୍କା ପଇସା ଲୁଟିବା ସହିତ ଅମାନବିକ ଭାବରେ ଲୋକଙ୍କୁ ହତ୍ୟା କରି ଚାଲିଛନ୍ତି ।
ଉପାନ୍ତ ଅଞ୍ଚଳରେ ସବୁ ପ୍ରକାର ଉନ୍ନତି କାମରେ ବାଧା ଦେଉଛନ୍ତି ।ଓଡିଶାର ଲୋକ ମାନେ ଦଳରେ ସାମିଲ ହେବାକୁ ଚାହୁଁନାହାନ୍ତି । ଓଡିଆର ଭାଇ ନିଖିଲ ଓରଫ ଶିବାଜୀ ଓରଫ ପ୍ରକାଶ ଓରଫ ନିରଞ୍ଜନ ରାଉତ ଓ ଭଉଣୀ ଅଙ୍କିତା ଓରଫ ଇନ୍ଦୁ ଓରଫ ରଶ୍ମିତା ଲେଙ୍କାଙ୍କୁ ଆହ୍ୱାନ କରାଯାଉଛି ଅମଣିଷଙ୍କ ଦଳ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ଲେଖିବା ସହ ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ ସୁବିଧା ସହଯୋଗ ଗ୍ରହଣ ପୂର୍ବକ ନିଜର ବିବେକାନୁମୋଦିତ ନ୍ୟାୟ ପଥରେ ନିଜ ରାଜ୍ୟର ଉନ୍ନତିରେ ସହଯୋଗର ହାତ ବଢ଼ାଇବା ପାଇଁ ଉଲ୍ଲେଖ କରାଯାଇଛି । ଶେଷରେ ଭାରତ ଓ ସମୃଦ୍ଧ ଓଡିଶା ସଭ୍ୟ ବୃନ୍ଦ ବୋଲି ଉଲ୍ଲେଖ ରହିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories