www.samajalive.in
Sunday, December 7, 2025
26.1 C
Bhubaneswar

ଘରେ ବସି ରିନ୍ୟୁ କରାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ : ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସକୁ ରିନ୍ୟୁ କରାଇବା ଏକ ଚିନ୍ତାର ବିଷୟ ଥିଲା । କିନ୍ତୁ ଏବେ ସମୟ ବଦଳିସାରିଛି । ଏବେ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରାଇବା ବହୁତ ସହଜ ହୋଇଯାଇଛି । ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା…

ଆଇନ ଅନୁସାରେ ରାସ୍ତାରେ କୌଣସି ଗାଡି ଚଳାଇବାକୁ ହେଲେ ଡ୍ରାଇଭିଂ ଲାଇସେନ୍ସ ବହୁତ ଜରୁରି ହୋଇଥାଏ । ତେବେ ଏହି ଲାଇସେନ୍ସର ଏକ ଅବଧି ରହିଥାଏ । ଏହାର ଅବଧି ପୁରିଗଲେ ଏହା ଏକ୍ସପାୟର ହୋଇଯାଏ ଏବଂ ଏହାକୁ ରିନ୍ୟୁ କରାଇବାକୁ ପଡିଥାଏ । ପୂର୍ବରୁ ଏଥିପାଇଁ ଅନେକ ଦୌଡାଦୌଡି କରିବାକୁ ପଡୁଥିଲା । କିନ୍ତୁ ଏବେ ଆଉ ସେମିତି ନାହିଁ। ଡ୍ରାଇଭିଂ ଲାଇସେନ୍ସକୁ ରିନ୍ୟୁ କରିବା ଏବେ ବହୁତ ସହଜ । ଆପଣ ଘରେ ବସି ମଧ୍ୟ ଏହାକୁ ରିନ୍ୟୁ କରିପାରିବେ ।

- Advertisement -

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରାଇବାର ପ୍ରକ୍ରିୟାକୁ ବହୁତ ସହଜ କରିଦେଇଛି । ଲୋକଙ୍କ ଆବଶ୍ୟକତାକୁ ନଜରରେ ରଖି ଏଦିଗରେ ପଦକ୍ଷେପ ନିଆଯାଇଛି । ଏଥିପାଇଁ କିଛି ସହଜ ପ୍ରଣାଳୀକୁ ଆପଣଙ୍କୁ ଅନୁସରଣ କରିବାକୁ ପଡିବ । ଏହାକୁ ଘରେ ବସି ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା…

୧. ସର୍ବପ୍ରଥମେ ସଡକ ପରିବହନ ମନ୍ତ୍ରାଳୟର ଅଫିସିଆଲ ଓ୍ବେବସାଇଟ୍ https://parivahan.gov.in/parivahan/  କୁ ଯାଆନ୍ତୁ ।

୨. ଏହା ପରେ ହୋମପେଜର ବାମ ପଟେ ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କରନ୍ତୁ ।

୩. ଏବେ ସର୍ଭିସେଜ୍ ଅନ ଡ୍ରାଇଭିଂ ଲାଇସେନ୍ସ ଉପରେ କ୍ଲିକ୍ କରନ୍ତୁ ଏବଂ ରିନ୍ୟୁ କରିବାର ଷ୍ଟେପକୁ ଫଲୋ କରନ୍ତୁ ।

୪. ଏହା ପରେ ଆପଣଙ୍କୁ ଆପ୍ଲିକେସନ ଫର୍ମ ଭରିବା ସହିତ ଦସ୍ତାବେଜ୍ ମଧ୍ୟ ଅପଲୋଡ୍ କରିବାକୁ ହେବ ।

୫. ଏହି ଦସ୍ତାବେଜରେ ପୁରୁଣା ଅବୈଧ ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ ଏବଂ ପାସପୋର୍ଟ ସାଇଜ ଫଟୋ ଅପଲୋଡ କରିବାକୁ ହେବ ।

୬. ପ୍ରକ୍ରିୟା ପୁରା କରିବା ପରେ ଫର୍ମର ଫି ଜମା କରାନ୍ତୁ । ଏହାକୁ ଆପଣ ଅନଲାଇନରେ କରାଇପାରିବେ ।

୭. ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବା ପରେ ଫର୍ମ ସବମିଟ୍ କରନ୍ତୁ । କିଛି ଦିନ ଅପେକ୍ଷା କରନ୍ତୁ ଏବଂ ନୂଆ ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କ ଘରକୁ ଆସିଯିବ ।

 

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories