ଜେଲରେ ମହିଳା କଏଦୀ ହେଉଛନ୍ତି ଗର୍ଭବତୀ: ହାଇକୋର୍ଟ କହିଲେ, ‘ଗମ୍ଭୀର ମାମଲା’
କୋଲକାତା : ପଶ୍ଚିମବଙ୍ଗର ଜେଲରେ ମହିଳା କଏଦୀ ଗର୍ଭବତୀ ହେବା ମାମଲା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଏକ ଜନହିତ ଯାଚିକା ଗୁରୁବାର କଲିକତା ହାଇକୋର୍ଟରେ ଦାୟର ହୋଇଛି । ଯାଚିକାର ଶୁଣାଣି କରି କୋର୍ଟ କହିଛନ୍ତି କି ରାଜ୍ୟରେ ଜେଲରେ ବନ୍ଦ ମହିଳା କଏଦୀ ହେପାଜତରେ ଥିବା ସମୟରେ ଗର୍ଭବତୀ ହେବା ନିଶ୍ଚିତ ଭାବେ ଏକ ଗମ୍ଭୀର ମାମଲା ।
ଜନହିତ ଯାଚିକାରେ କୋର୍ଟଙ୍କୁ ଆବେଦନ କରାଯାଇଛି କି ସୁଧାର ଗୃହରେ ପୁରୁଷ କର୍ମଚାରୀଙ୍କୁ ସେହି କ୍ଷେତ୍ରରେ କାମ କରିବା ଉପରେ ରୋକ ଲଗାଇବା ଉଚିତ୍ ଯେଉଁଠି ମହିଳା କଏଦୀଙ୍କୁ ରଖାଯାଉଛି । ଚିଫ୍ ଜଷ୍ଟିସ୍ ଟିଏସ୍ ଶିବଗଣମନ୍ ଏବଂ ଜଷ୍ଟିସ୍ ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି କି ମାମଲା ଗମ୍ଭୀର । ଯାଚିକାରେ ହାଇକୋର୍ଟଙ୍କୁ ଜଣାଯାଇଛି କି ଏପର୍ଯ୍ୟନ୍ତ ଜେଲରେ ଅତି କମରେ ୧୯୬ ପିଲା ଜନ୍ମ ହୋଇସାରିଲେଣି । ମାମଲାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି କି ଏହା ଏକ ଗମ୍ଭୀର ମୁଦ୍ଦା । ଏହି ମାମଲା ଅପରାଧିକ ମାମଲାର ଶୁଣାଣି କରୁଥିବା ପୀଠଙ୍କୁ ଟ୍ରାନ୍ସଫର କରିବା ଉଚିତ୍ । ତେବେ ଯାଚିକାରେ ଆବେଦନ କରାଯାଇଛି କି ମହିଳା କଏଦୀଙ୍କ ଓ୍ବାଡରେ ପୁରୁଷ କର୍ମଚାରୀଙ୍କୁ ଯିବାକୁ ବାରଣ କରାଯାଉ ।
Comments are closed.