www.samajalive.in
Monday, December 8, 2025
16.1 C
Bhubaneswar

ସ୍ୱିଜରଲାଣ୍ଡରେ ନୀରଜ ସମ୍ମାନିତ

ନୂଆଦିଲ୍ଲୀ: ଅଲିମ୍ପିକ୍‌ସ ଓ ବିଶ୍ବ ଚମ୍ପିଆନ୍‌ ଜାଭେଲିନ୍‌ ତାରକା ଭାରତର ନୀରଜ ଚୋପ୍ରା ସ୍ବିଜରଲାଣ୍ଡରେ ସମ୍ମାନିତ ହୋଇଛନ୍ତି। ସ୍ବିଜରଲାଣ୍ଡର ବରଫାବୃତ ଉଚ୍ଚ ପର୍ବତ ଶୃଙ୍ଗ ଜଙ୍ଗ୍‌ଫ୍ରୌଜୋଚ୍‌ ଉପ​‌େ​‌ର ଥିବା ଆଇସ୍‌ ପ୍ୟାଲେସ୍‌ ଉପରେ ନୀରଜଙ୍କୁ ଏକ ଫଳକ ପ୍ରଦାନ କରାଯାଇଛି। ଜଙ୍ଗ୍‌ଫ୍ରୌଜୋଚ୍‌ ‘ଟପ୍ ଅଫ୍ ୟୁରୋପ୍‌’ ନାମରେ ବିଶ୍ବବିଖ୍ୟାତ। ଏଠାକୁ ସାରାବିଶ୍ବର ପର୍ଯ୍ୟଟକ ଆସିଥାଆନ୍ତି। ତେଣୁ ନୀରଜଙ୍କୁ ସ୍ବିଜରଲାଣ୍ଡର ପର୍ଯ୍ୟଟନ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇ ଏହି ଫଳକ ପ୍ରଦାନ କରାଯାଇଛି। ଜଙ୍ଗ୍‌ଫ୍ରୌଜୋଚ୍‌ ଶୀର୍ଷରେ ଥିବା ଆଇସ୍‌ ପ୍ୟାଲେସ୍‌ ପର୍ଯ୍ୟଟକଙ୍କ ପାଇଁ ବହୁତ ବଡ଼ ଆକର୍ଷଣ। ଏହି ଫଳକ ଆଇସ୍ ପ୍ୟାଲେସ୍‌ରେ ରଖିଛନ୍ତି।

ଏହାସହ ନୀରଜ ଏଠାରେ ତାଙ୍କର କିଛି ଜାଭେଲିନ୍‌ ପର୍ଯ୍ୟଟକ ଦେଖିବା ପାଇଁ ଦାନ କରିଛନ୍ତି। ଏପରି ସମ୍ମାନିତ ହୋଇ ଟେନିସ୍ କିମ୍ବଦନ୍ତୀ ରଜର ଫେଡେରର ଓ ଗଲ୍‌ଫ କିମ୍ବଦନ୍ତୀ ରୋରି ମ୍ୟାକ୍‌ଲରୟଙ୍କ ସହ ସମକକ୍ଷ ହୋଇଛନ୍ତି ନୀରଜ। ଫେଡେରର ଓ ମ୍ୟାକ୍‌ଲରୟଙ୍କୁ ମଧ୍ୟ ଏଠାରେ ସମ୍ମାନିତ କରିବା ସହ ଫଳକ ପ୍ରଦାନ କରା ଯାଇଥିଲା। ଉଭୟଙ୍କ ଫଳକ ମଧ୍ୟ ଏଠାରେ ରଖାଯାଇଛି। ଆଇସ୍ ପ୍ୟାଲେସ୍‌ରେ ଏକ ୱାଲ୍ ଅଫ୍ ଫେମ୍ ରହିଛି। ଏଠାରେ ବିଶ୍ବର ନାମୀ କ୍ରୀଡ଼ାବିତ୍‌ଙ୍କୁ ସମ୍ମାନିତ କରି ଫଳକ ରଖାଯାଇଛି। ଏପରି ସମ୍ମାନ ପାଇଁ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ନୀରଜ ଚୋପ୍ରା। ସେ ବିଶ୍ବର ଶୀର୍ଷରେ ଅବସ୍ଥାନ କରିବା ପରି ଅନୁଭବ କରୁଛନ୍ତି ବୋଲି ନୀରଜ କହିଛନ୍ତି। ପୂର୍ବରୁ ସ୍ବିଜରଲାଣ୍ଡର ଅଲିମ୍ପିକ୍‌ ସଂଗ୍ରହାଳୟ ପାଇଁ ନୀରଜ ଏକ ଜାଭେଲିନ୍‌ ଦାନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories