www.samajalive.in
Tuesday, December 9, 2025
19.1 C
Bhubaneswar

ହରିଣକୁ ମିଳିଲା ନୂଆ ଜୀବନ, ଡାକ୍ତର ଏବଂ ସେଚ୍ଛାସେବୀଙ୍କ ପାଖକୁ ଛୁଟିଲା ପ୍ରଶଂସାର ସୁଅ

ଚେନ୍ନାଇ : ମାନବିକତା ଏବେ ବି ବଞ୍ଚିଛି । ଏହାର ଏକ ଉଦାହରଣ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ବେସେଣ୍ଟ ମେମୋରିଆଲ ଆନିମଲ୍ ଡିସ୍ପେନ୍ସରୀ ଏହାର ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଛି । ଏଥିପାଇଁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ଚେନ୍ନାଇରେ ଏକ ଆହତ ହରିଣକୁ ଏହି ସ୍ବେଚ୍ଛାସେବୀ ଏବଂ ପଶୁ ଚିକିତ୍ସକମାନେ ନିଜ ଚେଷ୍ଟା ବଳରେ ନୂଆ ଜୀବନ ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି ।

ଆହତ ଅବସ୍ଥାରେ ମିଳିଥିବା ହରିଣର ଗୋଡ ଭାଙ୍ଗିଯାଇଥିଲା । ଏଥିଯୋଗୁଁ ହରିଣଟି ଠିକରେ ଚାଲିପାରୁନଥିଲା । ବେସେଣ୍ଟ ମେମୋରିଆଲ ଆନିମଲ୍ ଡିସ୍ପେନ୍ସରୀର ସ୍ବେଚ୍ଛାସେବୀମାନେ ହରିଣକୁ ଉଦ୍ଧାର କରିଥିଲେ ଏବଂ ତାକୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଇଥିଲେ । ଡା. ଶ୍ରୀଧରଙ୍କ ନେତୃତ୍ବରେ ପଶୁ ଚିକିତ୍ସକଙ୍କ ଟିମ୍ ହରିଣକୁ ସୁସ୍ଥ କରିବା ପାଇଁ ସର୍ଜରୀ କରିଥିଲେ ।

- Advertisement -

 

ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ନିଜ ଏକ୍ସ ଆକାଉଣ୍ଟରେ ଏହି ଭିଡିଓକୁ ସେୟାର କରିଛନ୍ତି ଏବଂ କ୍ୟାପ୍ସନରେ ଲେଖିଛନ୍ତି କି ‘ଭିଡିଓରେ ଆପଣ ଯେଉଁ କୁନି ହରିଣକୁ ଦେଖୁଛନ୍ତି । ସେ ଚେନ୍ନାଇରେ ଆହତ ଅବସ୍ଥାରେ ମିଳିଥିଲା । ସେହି ସମୟରେ ତାର ଗୋଡ ଭାଙ୍ଗି ଯାଇଥିଲା । ବେସେଣ୍ଟ ମେମୋରିଆଲ ଆନିମଲ୍ ଡିସ୍ପେନ୍ସରୀର ସ୍ବେଚ୍ଛାସେବୀ ସାବଧାନତାର ସହ ତାକୁ ଉଦ୍ଧାରକରି ଚିକିତ୍ସା କରାଇଥିଲେ । ଏବେ ସେ ଠିକ୍ ହୋଇଯାଇଛି ଏବଂ ଚାଲିପାରୁଛି ।’

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories