www.samajalive.in
Saturday, December 6, 2025
15.1 C
Bhubaneswar

ବଦଳିଲା ପାଗ ; ପୁଣି ଆସୁଛି ବର୍ଷା

ନୂଆଦିଲ୍ଲୀ : ପୁଣି ଥରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଗୁରୁବାର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ଆକାଶ ମେଘୁଆ ରହିବା ସହ ହାଲୁକା କୁହୁଡି ଦେଖାଯାଇଛି। ମେଘୁଆ ପାଗ ପ୍ରଭାବରେ ତାପମାତ୍ରାରେ ହ୍ରାସ ହୋଇଛି। ପଶ୍ଚିମାଝଡ ପ୍ରଭାବରେ ଶୁକ୍ରବାର ଠାରୁ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଜିଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ନୂଆପଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ୧୧ ତାରିଖରେ ବର୍ଷାର ପରିମାଣ ବଢିବ।ଏହାସହ ଯାଜପୁର, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି। ୧୨ ତାରିଖରେ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡା, ନୟାଗଡ ଜିଲାରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଦେଶର ଅନେକ ସ୍ଥାନରେ ଗତ ୨ ଦିନ ସ୍ୱଳ୍ପ ଗତିରେ ବହୁଥିବା ପବନ ଗୁରୁବାର ନିଜର ଗତି ବଢାଇଛି। ଯାଦ୍ୱାରା ଦିନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି। ଗୁରୁବାର ସାରା ଦିନ ପ୍ରାୟ ୪୦ କିଲୋମିଟର ପ୍ରତି ଘଣ୍ଟାରେ ପବନର ବେଗ ରହିବ। ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ହ୍ରାସ ହେବ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଏହି ସପ୍ତାହରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଏନସିଆରର ସକାଳ ଓ ସନ୍ଧ୍ୟାରେ କୁହୁଡି ଜାରି ରହିବ। ପାହାଡିଆ ଅଞ୍ଚଳରେ ବର୍ଷା ଓ ବରଫପାତର ମଧ୍ୟ ସମ୍ଭାବନା ରହିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories