www.samajalive.in
Sunday, December 7, 2025
26.1 C
Bhubaneswar

ବାଲଟ୍ ପେପରକୁ ବିକୃତ କରିଛନ୍ତି ଅଧିକାରୀ, ଏହା ଗଣତନ୍ତ୍ରର ହତ୍ୟା – ସୁପ୍ରିମକୋର୍ଟ

ଡେସ୍କ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ବେଆଇନ କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ସାଧାରଣ ଜନତା ମଧ୍ୟ ଏହା ବିରୋଧ କରୁଥିବା ଦେଖିବାକୁ ମିଳିଛି। ଏହି ନିର୍ବାଚନ ସମ୍ବନ୍ଧୀୟ ଭିଡିଓଗ୍ରାଫି ସମେତ ସମସ୍ତ ବାଲଟ୍ ପେପର ଓ ଅନ୍ୟାନ୍ୟ ମୂଳ ରେକର୍ଡ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ଏହି ଘଟଣାର ଅନୁଧ୍ୟାନ କରି କହିଛନ୍ତି, ଏହା ସ୍ପଷ୍ଟ ଯେ ସେ (ରିଟର୍ଣ୍ଣିଂ ଅଫିସର) ବ୍ୟାଲଟ୍ ପେପରକୁ ବିକୃତ କରିଛନ୍ତି? ସେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି କି? ବିଜେପିର ମନୋଜ ସୋନକରଙ୍କ ଠାରୁ ମେୟର ନିର୍ବାଚନ ହାରିଥିବା ଆମ୍ ଆଦମୀ ପାର୍ଟିର କାଉନସିଲର କୁଲଦୀପ ଧଲୋରଙ୍କ ଆବେଦନ ଉପରେ ନୋଟିସ୍ ଜାରି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଗଣତନ୍ତ୍ରକୁ ଏଭଳି ଭାବେ ହତ୍ୟା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ।

ଫେବ୍ରୁଆରୀ : ଏହି ୫ରାଶିଙ୍କର ହେବ ଧନଲାଭ, ଚମକିବ ଭାଗ୍ୟ…

- Advertisement -

ଏହା ଗଣତନ୍ତ୍ରର ଉପହାସ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଆଜି (ଫେବୃଆରୀ ୭) ହେବାକୁ ଥିବା ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ବୈଠକକୁ ସ୍ଥଗିତ ରଖିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରିଜାଇଡିଂ ଅଫିସର ଅନିଲ ମସିହ ୮ଟି ବିରୋଧୀ ଭୋଟ ରଦ୍ଦ କରିବା ପରେ ବିଜେପି ମେୟର ନିର୍ବାଚନରେ ବିଜୟୀ ହେବାର କିଛି ଦିନ ପରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି କଠୋର ମନ୍ତବ୍ୟ ଦେଇଛନ୍ତି।

ସୋନକର ମେୟର ପଦ ପାଇଁ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ପରାସ୍ତ କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧୨ ଖଣ୍ଡ ଭୋଟ ମିଳିଛି। ୮ଟି ଭୋଟକୁ ଅବୈଧ ଘୋଷଣା କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories