www.samajalive.in
Sunday, December 7, 2025
23.1 C
Bhubaneswar

ଆସନ୍ତାକାଲିଠାରୁ ସଂସଦର ଶୀତ ଅଧିବେଶନ ; ବିରୋଧୀ ଦଳର ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ନୂଆଦିଲ୍ଳୀ : ଜନସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗରେ ଗୃହରେ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିରୋଧୀ ଦଳର ଯେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସର୍ବଦଳୀୟ ବୈଠକ ପରେ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀତକାଳୀନ ଅଧିବେଶନରେ ଗୃହର ସୁପରିଚାଳନା ପାଇଁ ବିରୋଧୀ ଦଳର ସହଯୋଗ କାମନା କରିଛନ୍ତି । ଲୋକଙ୍କ ସମସ୍ୟା ଏବଂ ବିକାଶ ସଂପର୍କୀତ ସମସ୍ତ ବିଷୟ ଆଲୋଚନାରେ ସ୍ଥାନ ପାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଅରୁଣ ଜେଟ୍‍ଲୀ, ନରେନ୍ଦ୍ର ସିଂହ ତୋମାର, କଂଗ୍ରେସ ନେତା ଗୁଲାମନବୀ ଆଜାଦ ଓ ମଲ୍ଲିକାର୍ଜୁନ ଖଡ୍‍ଗେ, ସିପିଆଇ ନେତା ଡି.ରାଜା, ଟିଏମ୍‍ସି ନେତା ସୁଦୀପ ବନ୍ଦୋପାଧ୍ୟାୟଙ୍କ ସମେତ ଅନେକ ନେତା ବୈଠକରେ ଯୋଗ ଦେଇଛନ୍ତି। ଉଭୟ ଗୃହରେ କାର୍ଯ୍ୟଧାରା ସୁରୁଖୁରୁରେ ପରିଚାଳନା କରିବା ପାଇଁ ସରକାର ଏହି ବୈଠକରେ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହର କାର୍ଯ୍ୟଧାରାକୁ ସୁରୁଖୁରୁରେ ଚଳାଇବା ଲାଗି ସହମତି ହାସଲ ନିମନ୍ତେ ଆଜି ମଧ୍ୟ ଆଉ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ସରକାରଙ୍କୁ ଘେରିବା ପାଇଁ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିବାକୁ ବିରୋଧୀଦଳ ଗୁଡ଼ିକ ମଧ୍ୟ ଏକ ବୈଠକରେ ମିଳିତ ହେଉଛନ୍ତି।
ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ମଙ୍ଗଳବାର ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ ଆଲୋଚନା କରିବେ। ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୀତକାଳୀନ ଅଧିବେଶନ ଆସନ୍ତାବର୍ଷ ହେବାକୁଥିବା ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଓ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ। ଏହି ଅଧିବେଶନ ୨୦ଥର ବସିବ, ଯେଉଁଥିରେ ରାଜ୍ୟସଭାରେ ୮ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‍ ଓ ଲୋକସଭାରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‍ ଉପସ୍ଥାପିତ ହେବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories