www.samajalive.in
Friday, December 12, 2025
16.1 C
Bhubaneswar

କଣ ଥିଲା ଖସୋଗୀଙ୍କ ଶେଷ ଶବ୍ଦ?

ୱାଶିଂଟନ: ସାଉଦୀ ଆରବର ବରିଷ୍ଠ ସାମ୍ବାଦିକ ଜମାଲ୍‍ ଖସୋଗୀଙ୍କ ମୃତ୍ୟୁ ପଛର ଷଡ଼ଯନ୍ତ୍ର ଏବେ ବି ରହସ୍ୟରେ ଥିବା ବେଳେ ଏହି ଘଟଣାରେ ନୂଆ ନୂଆ ରୋଚକଦାର ତଥ୍ୟ ମିଳିବାରେ ଲାଗିଛି। ମୃତ୍ୟୁ ପୂର୍ବରୁ ଖସୋଗୀ କଣ କହିଥିଲେ ତାହା ଏବେ ଲୋକଲୋଚନକୁ ଆସିଛି। ସମ୍ବାଦ ସରବରାହ ସଂସ୍ଥା ସିଏନ୍‍ଏନ୍‍ର ସୂଚନା ଅନୁଯାୟୀ ମୃତ୍ୟୁ ପୂର୍ବରୁ ଖସୋଗୀଙ୍କ ଶେଷ ଶବ୍ଦ ଥିଲା – ‘ମୁଁ ପ୍ରଶ୍ୱାସ ନେଇପାରୁନି।’ ମୃତ୍ୟୁ ବେଳର ଏକ ଅଡିଓ ଟେପ୍‍ ଆଧାରରେ ସିଏନ୍‍ଏନ୍‍ ଉପରୋକ୍ତ ସୂଚନା ଦେଇଛି। ଖସୋଗୀଙ୍କ ହତ୍ୟା ସୁପରିକଳ୍ପିତ ଥିଲା ବୋଲି ଆପାତତଃ ପ୍ରମାଣ ମିଳିଥିବା ଅଡିଓ ଟେପ୍‍ ତଥ୍ୟ ପ୍ରଦାନକାରୀ ସଂସ୍ଥା ଦାବି କରିଛି।
ସୂଚନାଯୋଗ୍ୟ, ‘ଦ ୱାଶିଂଟନ୍‍ ପୋଷ୍ଟ’ ପାଇଁ କାମ କରୁଥିବା ସାଉଦୀ ଆରବର ସାମ୍ବାଦିକ ଜମାଲ ଖସୋଗୀଙ୍କୁ ତୁର୍କୀର ଇସ୍ତାନବୁଲ୍‍ରେ ଗତ ଅକ୍ଟୋବର ୨ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ପଛରେ ସାଉଦୀ ଆରବର ରାଜା ମହମ୍ମଦ ବିନ୍‍ ସଲ୍‍ମନ୍‍ଙ୍କ ହାତ ଥିବା ଅଭିଯୋଗ ଉଠିଛି। ମୃତ୍ୟୁ ପୂର୍ବରୁ ଖସୋଗୀ ବଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ କରିଥିବା ଅଡିଓ ଟେପ୍‍ରୁ ପ୍ରମାଣ ମିଳୁଥିବା ତଦନ୍ତକାରୀ ସଂସ୍ଥା ସୂଚନା ଦେଇଛି।
ତୁର୍କୀ ରାଷ୍ଟ୍ରପତି ଆର ଟି ଏର୍ଡୋଗାନ୍‍ଙ୍କ କହିବା ଅନୁଯାୟୀ, ଖସୋଗୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏହି ଯୋଜନାକୁ ରୂପ ଦେବା ପାଇଁ ୧୫ ଜଣିଆ ଟିମ୍‍ ସାଉଦି ଆରବରୁ ତୁର୍କୀ ପଠାଯାଇଥିଲା। ତେଣୁ ଖୁବ୍‍ ଶୀଘ୍ର ଅପରାଧୀଙ୍କୁ ଦଣ୍ଡ ବିଧାନ ସମ୍ପର୍କରେ ତୁର୍କୀ ସରକାର ଦାବି କରି ଆସୁଛନ୍ତି। ଅପରପକ୍ଷରେ ଖସୋଗୀଙ୍କୁ ହତ୍ୟା ଅଭିଯୋଗକୁ ସାଉଦୀ ଆରବର ବୈଦେଶିକ ମନ୍ତ୍ରୀ ଖଣ୍ଡନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories