www.samajalive.in
Wednesday, December 10, 2025
23.1 C
Bhubaneswar

ଜମିଜମାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟଣା, ବଡଭାଇ ଓ ପୁତୁରା କୋର୍ଟ ଚାଲାଣ

ଗୋପାଳପୁର: ସାମାନ୍ୟ କିଆ ଫୁଲ ତୋଳାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଝଗଡ଼ା ଓ ଶେଷରେ ହତ୍ୟାକାଣ୍ଡର ରୂପ ନେବା ସହ ବଡ ଭାଇ ଓ ପୁତୁରାର କାତି ଓ କୁରାଢ଼ୀ ମାଡ଼ରେ ସାନ ଭାଇର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସ ୨ଜଣଙ୍କୁ ଅଟକ ରଖିଥିଲା। ଆଜି ଅଟକ ରଖିଥିବା ଦୁଇ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କୋଇଠା ଗାଁ ଓଡିଆରପି କଲୋନୀର ସୁରେନ୍ଦ୍ର ବେହେରା (୬୫) ଓ ତାଙ୍କ ପୁଅ ମୋହନ ବେହେରା (୩୨) ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଘଟଣାରେ ବ୍ୟବହୃତ ଗୋଟିଏ କାତି, ଗୋଟିଏ କୁରାଢ଼ୀ ସମେତ ହତ୍ୟାକାରୀଙ୍କ ରକ୍ତ ଲଗା କପଡା ଓ ମୃତକଙ୍କ ରକ୍ତଭିଜା କପଡ଼ା ଜବତ କରିଛି। ପୁଲିସ ପକ୍ଷରୁ ୫୪/୨୪ ରେ ଏକ ମାମଲା ରୁଜୁ କରିବା ସହ ୩୦୨/୩୦୭/୩୪:ଆଇପିସି ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories