www.samajalive.in
Saturday, December 6, 2025
16.1 C
Bhubaneswar

ଗଞ୍ଜାମ ଜିଲା ଏସଏସବି ଅଧ୍ୟାପକ ସଂଘର ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ନିଷ୍ପତ୍ତି

ଗୋପାଳପୁର: ଯୁକ୍ତ ଦୁଇ ପରୀକ୍ଷା ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲା ଏସଏସବି ଅଧ୍ୟାପକ-ଅଧ୍ୟାପିକା ସଂଘ। ଗୋପାଳପୁରସ୍ଥିତ ପାମ୍ ରିଗାଲ ରିସୋର୍ଟଠାରେ ରବିବାର ଓଡ଼ିଶା ଏସଏସବି ଆଧ୍ୟାପକ-ଅଧ୍ୟାପିକା ସଂଘର ଗଞ୍ଜାମ ଶାଖା ଦ୍ୱାରା ଆୟୋଜିତ ମହାବିଦ୍ୟାଳୟ ସ୍ତରୀୟ ପ୍ରତିନିଧି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏସଏସବି ଆଧ୍ୟାପକମାନଙ୍କ ଗ୍ରେଡ୍‌ ପେ ସଂଶୋଧନ ଜନିତ ପ୍ରସଙ୍ଗକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟ ଚୟନ ବୋର୍ଡ(ଏସଏସବି) ଦ୍ୱାରା ୧୯୮୯ ମସିହାରେ ରାଜ୍ୟର ପୂର୍ଣ୍ଣ ଅନୁଦାନପ୍ରାପ୍ତ ସରକାରୀ ମହାବିଦ୍ୟାଳୟଗୁଡିକରେ ଆଧ୍ୟାପକମାନଙ୍କୁ ୨୨୦୦ରୁ ୪୦୦୦ ସ୍କେଲ୍‌ରେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୮ ମସିହାରେ ଷଷ୍ଠ ବେତନ କମିଶନ୍ ବା ଓଆରଏସପି ନିୟମ ୨୦୦୮ ଅନୁସାରେ ଏହି ସ୍କେଲକୁ ୧୫୬୦୦ରୁ ୩୯୧୦୦ ସହ ଗ୍ରେଡ୍ ପେ ୫୪୦୦କୁ ଉନ୍ନୀତ ହୋଇଥିଲେ ମଧ୍ୟ ୨୦୧୬ ମସିହାରେ ଏସଏସବି ଦ୍ଵାରା ନିଯୁକ୍ତି ପାଇଥିବା ଆଧ୍ୟାପକମାନଙ୍କୁ ସରକାର ୪୬୦୦ ଗ୍ରେଡ୍ ପେରେ ନିଯୁକ୍ତି ଦେଇଥିଲେ। ୨୦୨୩-୨୪ ଶିକ୍ଷାବର୍ଷରେ ସରକାର ୪୬୦୦ ଗ୍ରେଡ୍ ପେରେ ବା ସପ୍ତମ ବେତନ କମିଶନ ଅନୁଯାୟୀ ଲେଭଲ୍ ୧୦ରେ ପିଜିଟି ବା ସ୍ନାତକୋତ୍ତର ଶିକ୍ଷକମାନଙ୍କୁ +୨ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ପାଇଁ ସେହି ସମାନ ସ୍କେଲ୍‌ରେ ନିଯୁକ୍ତି ଦେଇଛନ୍ତି। ଯାହା ଏସଏସବି ଆଧ୍ୟାପକ ଓ ଅଧ୍ୟାପିକାମାନଙ୍କର ଆତ୍ମସମ୍ମାନକୁ କ୍ଷୂର୍ଣ୍ଣ କରିଛି। ଏସଏସବି ଆଧ୍ୟାପକ ଓ ଅଧ୍ୟାପିକାମାନେ +୩ ବା ସ୍ନାତକ ଓ ତଦୁର୍ଦ୍ଧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କୁ ୪୬୦୦ ଗ୍ରେଡ୍ ପେ ବା ଲେଭଲ୍ ୧୦ରେ ଅବସ୍ଥାପିତ କରିବା ଏକ ସରକାରୀ ତୃଟି, ଯାହାର ସଂଶୋଧନ ଅପରିହାର୍ଯ୍ୟ ବୋଲି ସଂଘ ପକ୍ଷରୁ ସରକାରଙ୍କଠାରେ ଅନେକ ସମୟରେ ଦାବୀ କରିଛନ୍ତି। ସରକାର ଯଦି ଆଗାମୀ ଦିନରେ ଏହି ତୃଟିର ସଂଶୋଧନ ନ କରନ୍ତି ତେବେ ରାଜ୍ୟର ସମସ୍ତ ଏସଏସବି ଆଧ୍ୟାପକ ଓ ଅଧ୍ୟାପିକା ଆଗାମୀ ଯୁକ୍ତ ଦୁଇ ପରୀକ୍ଷାକୁ ବର୍ଜନ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୫ ତାରିଖରୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ଦାବି ପୂରଣ ପାଇଁ କଳାବ୍ୟାଜ୍ ପିନ୍ଧି କଲେଜରେ କାମ କରି ଆସୁଛନ୍ତି। ବୈଠକରେ ଓଡ଼ିଶା ଏସଏସବି ଆଧ୍ୟାପକ ସଂଘର ଗଞ୍ଜାମ ଶାଖାର ସଭାପତି ଡ. ବାଲା ଶିବାଜୀ ପାତ୍ର , ସଂପାଦକ ଆତ୍ମପ୍ରକାଶ ନାୟକ, କୋଷାଧ୍ୟକ୍ଷ ଡ. ରଞ୍ଜୁକ୍ତା ପାଣୀଗ୍ରାହୀ ଓ ୨୬ ଗୋଟି ମହାବିଦ୍ୟାଳୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories