www.samajalive.in
Sunday, December 7, 2025
14.1 C
Bhubaneswar

ଆପ୍ ନେତା ଆତିଶିଙ୍କୁ କ୍ରାଇମ୍‌ବ୍ରାଞ୍ଚ ନୋଟିସ୍: ଆସନ୍ତା ୫ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜରିୱାଲଙ୍କ ପରେ ମନ୍ତ୍ରୀ ତଥା ଆପ୍ ନେତା ଆତିଶି ମାର୍ଲେନାଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍ । ଆତିଶିଙ୍କ ଘରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ନୋଟିସ୍ ଦେଇଛି।  ‘ଆପ୍‌’ର ବିଧାୟକମାନଙ୍କୁ କିଣିବାକୁ ଉଦ୍ୟମ ଚାଲିଛି ବୋଲି ଦଳ ଦେଇଥିବା ମନ୍ତବ୍ୟ ମାମଲାରେ ରବିବାର ଦିଲ୍ଲୀ ପୁଲିସ ଅପରାଧିକ ଶାଖାର ଏକ ଟିମ୍‌ ଦିଲ୍ଳୀ ଶିକ୍ଷା, ପିଡବ୍ଲୁଡି, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ବାସଭବନରେ ପହଞ୍ଚିଥିଲା।  ଆପ୍‌ର ୭ଜଣ ବିଧାୟକଙ୍କୁ ଲାଞ୍ଚ ଦେଇ ପ୍ରଲୋଭିତ କରି କିଣି ନେବା ପାଇଁ ବିଜେପି ଉଦ୍ୟମ କରିଥିବା ଆପ୍‌ ଦାବି କରିଥିଲା। ଏ ସଂକ୍ରାନ୍ତରେ ନୋଟିସ୍‌ ଦେବା ଲାଗି ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ଟିମ୍‌ ଆତିଶୀଙ୍କ ବାସଭବନରେ ପହଞ୍ଚିଥିଲା।  କିନ୍ତୁ ସେ ତାଙ୍କ ବାସଭବନରେ ଉପସ୍ଥିତ ନଥିଲେ। ତେଣୁ ଉକ୍ତ ନୋଟିସ୍‌କୁ ଆତିଶିଙ୍କ ଷ୍ଟାଫ୍‌ଙ୍କୁ ଦେଇ ଫେରିଥିବା ସୂଚନା ମିଳିଛି। ଆସନ୍ତା ୫ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories