ବୌଦ୍ଧ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବୌଦ୍ଧଜିଲ୍ଲା ଶାଖା ପକ୍ଷରୁ ୧୨ ଦାଫା ଦାବି ପୁରଣ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଯୋଗ୍ୟ ହାଇସ୍କୁଲକୁ ଆନୁଦାନ ପ୍ରଦାନ, ପୂରୁଣା ପେନସନ ସ୍ମିମ ଲାଗୁ କରିବା, ସମସ୍ତ ଶିକ୍ଷକ ଓ କର୍ମଚାରୀ ପେନସନ ସ୍କିମରେ ସାମିଲ କରିବା ଆଦି ୧୨ ଦଫା ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରକୁ ଡିଏସଏସ ଜୟନ୍ତ ପ୍ରଧାନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନବ କିଶୋର ଦୀପ, ଜିଲ୍ଲା ସଂପାଦକ ତୃପ୍ତିରଂଜନ ଦାନୀ ପ୍ରମୁଖ ସାମିଲ ଥିଲେ।
Popular Categories



