www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ମାପଚୁପ ଆରମ୍ଭ ; ନିର୍ମାଣ ହେବ ପୋଲ

ହରଭଙ୍ଗା : ବୌଦ୍ଧର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜେ. ସୋନାଲ ହରଭଙ୍ଗା ବ୍ଲକର ଦୁର୍ଗମ ମହାଲିକପଡା ପଞ୍ଚାୟତର ହିଞ୍ଜଳ, କୁଟିବାରୀ, ସାତଖଣ୍ଡ ଭଳି ତିନୋଟି ଦୁର୍ଗମ ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅସୁବିଧା ସୁବିଧା ସିଧସଳଖ ପଚାରି ବୁଝିଥିଲେ । ହିଞ୍ଜଳ ହରିଜନ ବସ୍ତି ଲୋକେ କାଠପୋଲ ଉପରେ ଅସୁରକ୍ଷିତ ଯିବାଆସିବା କରୁଥିବା ବେଳେ ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଜିଲ୍ଲାପାଳ ପୋଲ ଅବସ୍ଥା ଦେଖି ତୁରନ୍ତ ଜମିର ମାପଚୁପ କରି ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶର ୨୪ ଘଣ୍ଟା ପରେ ଶୁକ୍ରବାର ହରଭଙ୍ଗା ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଁଚି ଜମି ମାପଚୁପ କାର୍ଯ୍ୟ ସାରିଥିବା ଜଣାପଡ଼ିଛି। ଦିନେ ଦୁଇଦିନ ମଧ୍ୟରେ ନୂତନ ପୋଲ ନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ଅନୁସାରେ ତ୍ୱରିତ ତାଙ୍କ ନିର୍ଦେଶ କାର୍ଯ୍ୟକାରୀ ଦେଖି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories