www.samajalive.in
Friday, December 12, 2025
16.1 C
Bhubaneswar

ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: କୋଇଲା ପରିବହନ ଖର୍ଚ୍ଚ ହ୍ରାସ କରିବା ପାଇଁ ପିଟ୍-ହେଡ୍‌ରେ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ଆଗକୁ ବଢ଼ାଇବା ପାଇଁ କୋଇଲା ମନ୍ତ୍ରଣାଳୟ କୋଇଲା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ତାପଜ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଯୋଜନା କରିଛି। କେନ୍ଦ୍ର ସରକାର ସରକାର ଏନଏଲସିଆଇଏଲ୍ ମାଧ୍ୟମରେ ତଲାବିରାଠାରେ ୩ଟି ୮୦୦ ମେଗାୱାଟ ଅଲଟ୍ରା ସୁପର କ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଅନୁମୋଦନ କରିଛନ୍ତି।

ଏନଏଲସିଆଇଏଲକୁ ୨୩ ନିୟୁତ ଟନ୍‌ (ଏମଟି) ପିକ୍ ରେଟେଡ୍ କ୍ଷମତା ବିଶିଷ୍ଟ ମୋଟ ୫୫୩ ନିୟୁତ ଟନ୍ ଖଣିଜ ଭଣ୍ଡାର ଥିବା ତଲାବିରା କୋଇଲା ଖଣି ଆବଣ୍ଟନ କରାଯାଇଛି। କାର୍ୟ୍ୟକ୍ଷମ ହେବା ପରେ ଏହି ପିଟ୍ ହେଡ୍ ପ୍ଲାଣ୍ଟ ୟୁନିଟ୍ ପିଛା ୩.୬୫ ଟଙ୍କା (୨.୪୦ ଟଙ୍କା ନିର୍ଦ୍ଧାରିତ ମୂଲ୍ୟ ଏବଂ ୧.୨୫ ଟଙ୍କା ପରିବର୍ତ୍ତନଶୀଳ ମୂଲ୍ୟ) (ପ୍ରାୟ) ମୂଲ୍ୟରେ ବିଦ୍ୟୁତ୍ ଉତ୍ପାଦନ କରିବ ଯାହାକି ଦେଶର ଟିପିପିମାନଙ୍କ ଦ୍ୱାରା ଉତ୍ପାଦିତ ସବୁଠାରୁ ଶସ୍ତା ବିଦ୍ୟୁତ ଶକ୍ତି ମଧ୍ୟରୁ ଅନ୍ୟତମ।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୩ରେ ଓଡ଼ିଶାର ସମ୍ବଲପୁରଠାରେ ଏନଏଲସି ଇଣ୍ଡିଆ ଲିମିଟେଡର ୨,୪୦୦ ମେଗାୱାଟ ସୁପରକ୍ରିଟିକାଲ ତାପଜ ବିଦ୍ୟୁତ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ଆତ୍ମନିର୍ଭର ଭାରତର ପରିକଳ୍ପନା ସହ ସମ୍ପୂର୍ଣ୍ଣ ରୂପେ ସମନ୍ୱିତ ନେଭେଲି ଲିଗ୍ନାଇଟ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ତଲାବିରା ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ଏହି ଅତ୍ୟାଧୁନିକ ପ୍ରକଳ୍ପ ବିଶ୍ୱସନୀୟ, ସୁଲଭ ଓ ନିରନ୍ତର ଶକ୍ତି ଯୋଗାଇବା, ଦେଶର ଶକ୍ତି ନିରାପତ୍ତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ଏବଂ ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ନିର୍ମାଣ କରାଯିବ।

ଏହି ପିଟହେଡ୍ ପାୱାର ଷ୍ଟେସନକୁ ଏନଏଲସିଆଇଏଲର କ୍ୟାପ୍ଟିଭ୍ କୋଇଲା ବ୍ଲକ, ତଲାବିରା ୨ ଏବଂ ୩ ସହିତ ଗୁରୁତ୍ୱପୂର୍ଣ୍ଣ ଭାବରେ ସଂଯୋଗ କରାଯିବ, ଯାହା ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବ। ତାପଜ ବିଦ୍ୟୁତ କେନ୍ଦ୍ରରେ ଅଧିକ ଦକ୍ଷତା, ଅଙ୍ଗାରକାମ୍ଳ ହ୍ରାସ ଏବଂ ୧୦% ପରିବେଶ ଅନୁକୂଳ ବାୟୋମାସ୍ କୋ-ଫାୟାରିଂ ପଦକ୍ଷେପ ରହିଛି।

ବିଦ୍ୟୁତ୍‌ କ୍ରୟ ଚୁକ୍ତି (ପିପିଏ) ମାଧ୍ୟମରେ ଓଡ଼ିଶାକୁ ୮୦୦ ମେଗାୱାଟ୍, ତାମିଲନାଡୁକୁ ୧୫୦୦ ମେଗାୱାଟ୍, କେରଳକୁ ୪୦୦ ମେଗାୱାଟ୍ ଏବଂ ପୁଡୁଚେରୀକୁ ୧୦୦ ମେଗାୱାଟ୍ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିସାରିଛି। ମୁଖ୍ୟ ପ୍ଲାଣ୍ଟ ପାଇଁ ୧୮,୨୫୫ କୋଟି ଟଙ୍କା ମୂଲ୍ୟର ଇଞ୍ଜିନିୟରିଂ, କ୍ରୟ ଓ ନିର୍ମାଣ (ଇପିସି) ଚୁକ୍ତି ବିଏଚଇଏଲକୁ ପ୍ରଦାନ କରାଯାଇଛି। ପ୍ରଥମ ୮୦୦ ମେଗାୱାଟ୍ ବିଦ୍ୟୁତ ୟୁନିଟ୍ ଆରମ୍ଭରୁ ୫୨ ମାସ ମଧ୍ୟରେ କାର୍ୟ୍ୟକ୍ଷମ ହେବ ଏବଂ ପରବର୍ତ୍ତୀ ୟୁନିଟ୍ ଗୁଡ଼ିକ ୬ ମାସ ବ୍ୟବଧାନରେ ଅନ୍‌ଲାଇନରେ ଆସିବ ବୋଲି ଆଶା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories