www.samajalive.in
Friday, December 12, 2025
14.1 C
Bhubaneswar

ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ବ୍ଳକ ଅନ୍ତର୍ଗତ ବରପଦା ସ୍ଥିତ ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଡ଼ମ୍ବର ସହିତ ସ୍ଥାନୀୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ସୁଭ୍ରାରାଣି ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବ୍ଳକ ଶିକ୍ଷା ଅଧିକାରୀ ରଂଜନ କୁମାର କହଁର ଓ ସମ୍ମାନିତ ଅତିଥିଭାବେ ସାମ୍ବାଦିକ ଅଶୋକ ମହାନ୍ତି ଯୋଗଦେଇ ଉଦ୍‌ବୋଧନ ଦେଇଥିବାବେଳେ ନିର୍ଦ୍ଦେଶକ କିଶୋର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଅପାରକୃପାରୁ ଦୀର୍ଘ ୧୭ ବର୍ଷ ଧରି ଉକ୍ତ ବିଦ୍ୟାଳୟ ଚାଲିଥିବା ବେଳେ ବିଦ୍ୟାଳୟର ଏକାଧିକ ଛାତ୍ରଛାତ୍ରୀ ଏବେ ବହୁ ବଡ଼ ବଡ଼ ପଦବିରେ ରହିଥିବାର ମଧ୍ୟ ସୂଚନା ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ସଚିଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷା ସସ୍ମିତା ବାଗ୍‌ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ନାନସି ପାଟସନ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହିତ ବିଭିନ୍ନ ସ୍ତରରେ ସ୍ୱତନ୍ତ୍ର ଭାବେ କୃତିଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସଭାକାର୍ଯ୍ୟ ପରେ ପରେ ବିଦ୍ୟାଳୟର ନର୍ସରୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଶହ ଶହ ଅଭିଭାବକ , ଛାତ୍ରଛାତ୍ରୀ ଓ ଅନ୍ୟ ଅତିଥିମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories