www.samajalive.in
Sunday, December 7, 2025
14.1 C
Bhubaneswar

ବଜେଟ ୨୦୨୪ – ପ୍ରତିକ୍ରିୟା

ଡେସ୍କ: ୨୦୨୪ ବର୍ଷ ପାଇଁ ଆଜି ଆଗତ ହୋଇଥିବା ମଧ୍ୟବର୍ତ୍ତିକାଳୀନ ବଜେଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ବର୍ଗର ଲୋକେ ଏହାକୁ ଗତିଶୀଳ ବଜେଟ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ବଜେଟକୁ ଆହୁରି ଲୋକାଭିମୁଖୀ କରାଯିବାର ଆବଶ୍ୟକତା ଥିଲା ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

ରାଜନାଥ ସିଂ (ପ୍ରତିରକ୍ଷା ମନ୍ତ୍ରୀ): ଏହା ଏକ ଉତ୍ସାହଜନକ ବଜେଟ୍। ୨୦୪୭ ସୁଦ୍ଧା ଦେଶ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ହାସଲ କରିବ।

- Advertisement -

କିରେନ ରିଜିଜୁ (କେନ୍ଦ୍ର ମନ୍ତ୍ରୀ): ଯଦିଓ ଏହା ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍, ତଥାପି ଭାରତକୁ ୫ ଟ୍ରିଲିୟନ୍ ଡଲାର ଅର୍ଥବ୍ୟବସ୍ଥାକୁ ନେବା ଏକ ଆଦର୍ଶ ଉପାୟ। ଭିତ୍ତିଭୂମି, କୃଷି, ସାମାଜିକ ଏବଂ ନୀଳ ଅର୍ଥନୀତି ସମେତ ସମସ୍ତ କ୍ଷେତ୍ର ଉପରେ ବଜେଟ ଧ୍ୟାନ ଦେଇଛି।

ଜ୍ୟୋତିରାଦିତ୍ୟ ସିନ୍ଧିଆ (କେନ୍ଦ୍ର ମନ୍ତ୍ରୀ): ଏହି ମଧ୍ୟବର୍ତ୍ତିକାଳୀନ ବଜେଟ ଐତିହାସିକ କାରଣ ଏଥିରେ ସମାଜର ପ୍ରତ୍ୟେକ ବର୍ଗଙ୍କ ଆବଶ୍ୟକତାକୁ ଧ୍ୟାନ ଦିଅଯାଇଛି। ଭାରତ ଆଗକୁ ବଢି ସାରିଛି।

ନୀତିନ ଗଡକରୀ (କେନ୍ଦ୍ର ମନ୍ତ୍ରୀ): ଏହି ମଧ୍ୟବର୍ତ୍ତୀ ବଜେଟ୍ ଭାରତର ଆର୍ଥିକ କ୍ଷେତ୍ରକୁ ମଜବୁତ କରିବ। ଏହା ରପ୍ତାନି ବୃଦ୍ଧି କରିବ, ଶିଳ୍ପକୁ ପ୍ରୋତ୍ସାହନ ଦେବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଧର୍ମେନ୍ଦ୍ର ପ୍ରଧାନ (କେନ୍ଦ୍ର ମନ୍ତ୍ରୀ): ଏହି ବଜେଟ୍ ଏକ ବିକଶିତ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଏହି ବଜେଟର ସବୁଠାରୁ ବଡ ଘୋଷଣା ହେଉଛି ଜୟ ଅନୁସନ୍ଧାନ ଯୋଜନା ଯେଉଁଥି ପାଇଁ ପାଣ୍ଠି ଭାବରେ ୧ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ଏହି ବଜେଟ୍ ସନ୍ତୁଳିତ ଅଟେ।

ଚିରାଗ ପାସୱାନ୍ (ଲୋକ ଜନଶକ୍ତି ପାର୍ଟି ମୁଖ୍ୟ): ମଧ୍ୟବର୍ତ୍ତୀ ବଜେଟରେ ଦେଶର ଯୁବକ, ମହିଳା ଏବଂ କୃଷକମାନଙ୍କୁ ବିଚାରକୁ ନିଆଯାଇଛି। ଏହା ଭାରତୀୟ ଅର୍ଥନୀତିକୁ ମଜବୁତ କରିବ।

ଡଃ ଏସ ଜୟଶଙ୍କର (ବୈଦେଶିକ ମନ୍ତ୍ରୀ): ମଧ୍ୟବର୍ତ୍ତୀ ବଜେଟରେ ଅଧିକ ବିକାଶର ଦୃଷ୍ଟିକୋଣ ପରିବର୍ତ୍ତନର ଦଶନ୍ଧିକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରାଯାଇଛି। ଏଥିରେ ଅଭିବୃଦ୍ଧି ଉପରେ ଧ୍ୟାନ ଦିଆଯିବ ସହ ମୋଟ ଘରୋଇ ଉତ୍ପାଦର ରେକର୍ଡକୁ ନିର୍ଦ୍ଧିଷ୍ଟ କରାଯାଇଛି।

ସଞ୍ଜୟ ମେହେଟ୍ଟା (ଡେପୁଟି ଡାଇରେକ୍ଟର ଜେନେରାଲ୍, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି): ଏହି ମଧ୍ୟବର୍ତ୍ତିକାଳୀନ ବଜେଟ ଏକ ପରିବର୍ତ୍ତନଶୀଳ ବଜେଟ୍। ବଜେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ଅନୁରୂପ ଅଟେ।

ମନୀଷ ତିୱାରୀ (କଂଗ୍ରେସ ନେତା): ମଧ୍ୟବର୍ତ୍ତୀକାଳୀନ ବଜେଟରେ ସାଧାରଣ ଲୋକଙ୍କ ପାଇଁ କିଛି ନାହିଁ। ବଜେଟରେ ୧୮ ଲକ୍ଷ କୋଟିର ଅଭାବ ରହିଛି, ଅର୍ଥାତ ସରକାର ଏହାର ଖର୍ଚ୍ଚ ପାଇଁ ଋଣ ନେଉଛନ୍ତି।

ଗୌରବ ଗୋଗୋଇ (କଂଗ୍ରେସ ନେତା): ବଜେଟରେ ଗରିବ, ମହିଳା, ଯୁବକ ଏବଂ ମଧ୍ୟବିତ୍ତଙ୍କ କଥା ଚିନ୍ତା କରାଯାଇ ନାହିଁ, ମଧ୍ୟବର୍ତ୍ତୀ ବଜେଟରେ କୌଣସି ନୂତନ ପଦକ୍ଷେପ ନିଆଯାଇନାହିଁ।

ଦୟାନିଧି ମାରନ (ଡ଼ିଏମକେ ସାଂସଦ): ମଧ୍ୟବର୍ତ୍ତୀ ବଜେଟରେ କୌଣସି ବିଶେଷ ପରିବର୍ତ୍ତନ ଆସିନାହିଁ।

ପ୍ରିୟଙ୍କା ଚତୁର୍ବେଦୀ (ଶିବସେନା ସାଂସଦ): ବଜେଟରେ ଜନସାଧାରଣଙ୍କ ପାଇଁ କିଛି ନାହିଁ ଏବଂ ଏହା ଦେଶବାସୀଙ୍କୁ ନିରାଶ କରିଛି। ବେରୋଜଗାରୀ ଏବଂ ଚାଷୀଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ଘୋଷଣା କରାଯାଇ ନାହିଁ।

ଶ୍ୟାମ ସିଂ (ବହୁଜନ ସମାଜ ପାର୍ଟି ସାଂସଦ): ଆଜିର ମଧ୍ୟବର୍ତ୍ତୀ ବଜେଟ ଏକ ହାରାହାରି ବଜେଟ୍।

ଫିକ୍କୀ: ମଧ୍ୟବର୍ତ୍ତୀ ବଜେଟରେ ଆନୁମାନିକ ଆର୍ଥିକ ନିଅଣ୍ଟ ୫.୧% ଅଟେ, ଏଥିରେ ଅର୍ଥମନ୍ତ୍ରୀ ଶକ୍ତି ଏବଂ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି।

ଅଜୟ ସିଂ (ଆସୋଚାମ ସଭାପତି): ମଧ୍ୟବର୍ତ୍ତୀ ବଜେଟରେ ୨୦୪୭ ସୁଦ୍ଧା ଅଭିବୃଦ୍ଧି ଅର୍ଥନୀତି ସୃଷ୍ଟି କରିବାର ବୃହତ ଲକ୍ଷ୍ୟ ଉପରେ ଧ୍ୟାନ ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories