www.samajalive.in
Tuesday, December 9, 2025
26.1 C
Bhubaneswar

ଯୁବକଙ୍କ ନୃତ୍ୟରେ ଭାଙ୍ଗିଗଲା ଛାତ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରୁ ଅନେକ ସମୟରେ ଆମେ କିଛି ଏଭଳି ଭିଡ଼ିଓ ଦେଖିଥାଉ ଯାହା ଆମକୁ ଆଶ୍ଚର୍ଯ୍ୟ କରିବା ସହ ହସ ଲାଗିଥାଏ। ବର୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ ଆଉ ହସିବାକୁ ଲାଗିବେ। ଛାତ ଉପରେ ଜଣେ ଯୁବକ ଏଭଳି ଭାବେ ନୃତ୍ୟ କରୁଛନ୍ତି ଯେ ଛାତ ଭାଙ୍ଗି ତଳକୁ ପଡିଯାଉଛନ୍ତି।

- Advertisement -

ଭାଇରାଲ ଭିଡ଼ିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ଛାତ ଉପରକୁ ଯାଇ ବହୁତ ଖଉସିରେ ନାଚିବାକୁ ଲାଗିଛନ୍ତି। ଛାତ ଉପରେ ବିପଜ୍ଜନକ ଅବସ୍ଥାରେ ଖୁସିରେ ସେ ଏଭଳି ନୃତ୍ୟ କରୁଛନ୍ତି ଯେ ତାଙ୍କ ସହ କିଛି ଅଘଟଣ ହେବାର ଭୟ ମଧ୍ୟ ନାହିଁ। ବହୁତ ଜୋରରେ ନୃତ୍ୟ କରିବା ପରେ ହଠାତ ଛାତର ଉପର ଅଂଶ ତଳକୁ ଖସିଯାଉଛି। ଆଉ ଯୁବକ ଜଣଙ୍କ ମଧ୍ୟ ତଳକୁ ଖସିପଡୁଛନ୍ତି। ଭିଡ଼ିଓରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। ଭିଡ଼ିଓ ଟି କେଉଁଠୁ ଆସିଛି ତାହା ଜଣାପଡିନାହିଁ।

ଏହି ଭିଡିଓକୁ ଜଣେ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅନେକ ଲୋକ ଏହି ଭିଡିଓ ଦେଖି କମେଣ୍ଟ ମଧ୍ୟ ଦେଇଛନ୍ତି । ୟୁଜର୍ସ ଲେଖିଛନ୍ତି ଯେ ଆମେ ଏହାକୁ ଏକ ଛାତ ଭାଙ୍ଗିବା ନୃତ୍ୟ ବୋଲି କହିପାରିବା । ଅନ୍ୟ ଜଷର କମେଣ୍ଟ କରି କହିଛନ୍ତି ବର୍ତ୍ତମାନ ତୁମେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ମନୋନୀତ ହେବ। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହା ପ୍ରକୃତରେ ଏକ ଆଶ୍ଚର୍ୟ୍ୟଜନକ ଭିଡିଓ କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯୁବକଙ୍କୁ ସେଠାରେ ନାଚିବାକୁ ପଡିଲା କାହିଁକି?

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories