ଅରୁଣାଚଳର ୩ ଜିଲାରେ ଆଫ୍‌ସା ସମୟସୀମା ବୃଦ୍ଧି

0

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ତିନିଟି ଜିଲାରେ ଆଫ୍‌ସା (ସେନାକୁ ପ୍ରଦତ୍ତ ସ୍ୱତନ୍ତ୍ର କ୍ଷମତା) ମିଆଦ ଆଉ ୬ ମାସ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସାମ ସୀମା ସଂଲଗ୍ନ ଅରୁଣାଚଳର ତିରାପ୍‌, ଚାଙ୍ଗ୍‌ଲାଙ୍ଗ୍‌ ଓ ଲୋଙ୍ଗ୍‌ଡିଙ୍ଗ୍‌ ଜିଲାରେ ଏପର୍ଯ୍ୟନ୍ତ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇନଥିବାରୁ ସେଠାରେ ଆଫ୍‌ସାକୁ ଆଉ ଛଅ ମାସ ବୃଦ୍ଧି କରାଯାଇଛି। ଏହି ଆଇନ ଅନୁଯାୟୀ ଉପଦ୍ରୁତ ଅଞ୍ଚଳରେ ଯେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି। ସନ୍ଦେହ ଉପୁଜିଲେ ସେନା ପକ୍ଷରୁ ଯେ କୌଣସି ଘର ଉପରେ ଚଢଉ କରାଯିବା ସହ ବିନା ପରୱାନାରେ ବ୍ୟକ୍ତିବିଶେଷଙ୍କୁ ଗିରଫ ମଧ୍ୟ କରାଯାଇପାରିବ। ବର୍ତ୍ତମାନ ବିଜ୍ଞପ୍ତି ଅନୁଯାୟୀ ଏହି ତିନିଟି ଜିଲାରେ ୨୦୧୮ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆଫ୍‌ସା ବଳବତ୍ତର ରହିବ। ଅରୁଣାଚଳର ଏହି ଅଞ୍ଚଳରେ ଉଲ୍‌ଫା, ଏନ୍‌ଏସ୍‌ସିଏନ୍‌ ଓ ଏନ୍‌ଡିଏଫ୍‌ବି ଭଳି ଉଗ୍ରବାଦୀ ସଂଗଠନଗୁଡିକ ସକ୍ରିୟ ରହିଥିବାରୁ ବିଗତ ତିନି ଦଶନ୍ଧି ଧରି ସେଠାରେ ଆଫ୍‌ସା ଲାଗୁ କରାଯାଇଛି।

Leave A Reply