www.samajalive.in
Sunday, December 7, 2025
14.1 C
Bhubaneswar

ହେମନ୍ତ ସୋରେନଙ୍କ ଘରେ ଇଡ଼ି ଟିମ୍‌

ରାଞ୍ଚି: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ପହଞ୍ଚିଛନ୍ତି ଇଡି ଟିମ୍‌ । ରାଞ୍ଚି ସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଅନ୍ୟ ବିଧାୟକ ମାନେ ଉସ୍ଥିତ ରହିଛନ୍ତି । ରାଞ୍ଚିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ବାରମ୍ବାର ଇଡ଼ି ସମନ କରିବା ପରେ ହାଜର ନହୋଇ ବୁଧବାର (ଜାନୁଆରୀ ୩୧)ରେ ନିଜେ ହେମନ୍ତ ସୋରେନ ଉତ୍ତର ଦେବେ ବୋଲି ସମୟ ମାଗିଥିଲେ । ଏଥିପାଇଁ ଇଡ଼ି ଟିମ ବୁଧବାର ରାଞ୍ଚି ବାସଭବନରେ ପହଂଚିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ନିଜ ବାସଭବନରେ ପହଂଚିବା ପରେ ବିଧାୟକ ଦଳ ବୈଠକ କରିଥିଲେ । ବୈଠକରେ ଖାଲି କାଗଜରେ ସବୁ ବିଧାୟକଙ୍କୁ ଦସ୍ତଖତ କରିବାକୁ କୁହାଯାଇଥିଲା । ଏହି ଦସ୍ତଖତ କଳ୍ପନା ସୋରେନଙ୍କ ଲାଗି ନିଆଯାଇଥିବା ସୂଚନା ମିଳିଛି । ଇଡ଼ି ଜେରାର ସମ୍ମୁଖୀନ ହେବା ପୂର୍ବରୁ ହେମନ୍ତ ସୋରେନ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ଭେଟିଥିଲେ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories