୩ ଦଫା ଦାବିରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ
ଭୁବନେଶ୍ୱର: ରାଜଧାନୀରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ। ଭଜନକୀର୍ତ୍ତନ କରି ରାଜ୍ୟ ସରକାରଙ୍କୁ ସେମାନଙ୍କ ଦାବି ଜଣାଇଛନ୍ତି ଗାଁ ସାଥୀ। ମଙ୍ଗଳବାର ଗାଁ ସାଥୀମାନେ ଗାନ୍ଧୀମାର୍ଗରେ ପୂଜାପାଠ ଓ ହୋମଯଜ୍ଞ କରି ପ୍ରତିବାଦ କରିଛନ୍ତି। ମାସିକ ୧୦ହଜାରରୁ ଉଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରାପ୍ତି, ଏନ୍.ଏମ୍.ଏମ.ଏସ୍ ରେ ଅନିୟମିତତାକୁ ବନ୍ଦ କରିବା, ଗାଁ ସାଥୀଙ୍କୁ ବ୍ଲକ କ୍ୟାଡରର ଘୋଷଣା, ଡ୍ରେସ୍ କୋର୍ଡ, ମୋବାଇଲ୍ ପ୍ରଦାନ ଓ ସମସ୍ତ ରାଜ୍ୟ ଚିଠିକୁ ଗ୍ରାମୀଣସ୍ତରରେ ସଠିକ୍ କ୍ରିୟାନ୍ୱୟନ ଆଦି ଦାବି ନେଇ ସଂଘ ତରଫରୁ ପୁନର୍ବାର ଆନ୍ଦୋଳନ କରାଯାଇଛି।
ଯଥାଶୀଘ୍ର ଦାବି ପୂରଣ ନହେଲେ ଆସନ୍ତା ୫ତାରିଖରେ ବିଶାଳ ସମାବେଶ କରିବାକୁ ଗାଁ ସାଥୀ ସଂଘ ନିଷ୍ପତି ନେଇଛି। ଦାବି ପୂରଣ ନହେବା ଯାଏଁ ଲଢେଇ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Comments are closed.