www.samajalive.in
Saturday, December 6, 2025
26.1 C
Bhubaneswar

ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା; ୧୨ଘଣ୍ଟା ପରେ ହଟିଲା ରାସ୍ତାରୋକ

ଲକ୍ଷ୍ମୀପୁର : ବୃଦ୍ଧଙ୍କ ମୃତ୍ୟୁକୁ ନେଇ ୧୨ ଘଣ୍ଟା ଧରି ହୋଇଥିବା ରାସ୍ତାରୋକ ହଟିଲା। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ନିକଟରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ମୃତକ ହେଲେ ବିରାଗୁଡ଼ା ଗ୍ରାମର ଦୁର୍ଯୋଧନ ଦାମୀ। ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ବ୍ଲକର କୋଡ଼ିଙ୍ଗାମାଳି ଖଣିରୁ ବକ୍ସାଇଟ ନେଇ କାକିରିଗୁମ୍ମା ରେଳ ଷ୍ଟେସନ ନିକଟକୁ ଗଲାବେଳେ ରାସ୍ତା କଡ଼ରେ ଗାଈ ଚରାଉଥିବା ବୃଦ୍ଧଙ୍କୁ ହାଇୱା ଧକ୍କା ଦେଇଥିଲା। କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସହିତ ଗ୍ରାମବାସୀମାନେ ଅପରାହ୍ନ ୩ଟା ରୁ ରାସ୍ତାରୋକ କରିଥିଲେ। ଶନିବାର ୧୨ ଘଣ୍ଟା ଅବରୋଧ ପରେ ଲକ୍ଷ୍ମୀପୁର ତହସିଲଦାର ମଧୁମିତା ପମଲା କରଙ୍କ ସହ ବିଡ଼ିଓ ବେଣୁଧର ଶବର, ଏସଡ଼ିପିଓ ତପନ ନାରାୟଣ ରଥ ପ୍ରମୁଖ ଆଲୋଚନା କରିବା କ୍ଷତିପୂରଣ ଦାବିରେ ପ୍ରତିଶ୍ରୁତି ଦେବା ପରେ ରାତି ୩ଟାରେ ଅବରୋଧ ହଟିଥିଲା। ଅବରୋଧ କାରଣରୁ ବିଜାୱାଡ଼ା ଜାତୀୟ ରାଜପଥ ଉଭୟ ପାର୍ଶ୍ବରେ ଶହ ଯାନବାହନ ଅଟକି ରହିବା ସହ ପିଲାମାନଙ୍କୁ ଧରି ଲୋକମାନେ ଶୀତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories