ସଂସଦ ପୁଣି ମୁଲତବୀ

0

ନୂଆଦିଲ୍ଲୀ : ଲୋକସଭା ଓ ରାଜ୍ୟସଭାରେ ପୁଣି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସୋମବାର ସଂସଦକୁ ମୁଲତବୀ ରଖାଯାଇଛି। ବଜେଟ ଅଧିବେଶନର ଏହି ଦ୍ୱିତୀୟ ଚରଣ ଆରମ୍ଭ ହେବା ଦିନଠାରୁ ସଂସଦରେ ହଟ୍ଟଗୋଳ ଲାଗି ରହିଛି। ସୋମବାର ଲୋକସଭା ଓ ରାଜ୍ୟସଭାରେ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଏଆଇଏଡିଏମକେ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି କାବେରୀ ପରିଚାଳନା ବୋର୍ଡ ଗଠନ ପ୍ରସଙ୍ଗ ନେଇ ପାଟିତୁଣ୍ଡ କରିଥିଲେ। ଏହାବ୍ୟତୀତ ତେଲୁଗୁ ଦେଶମ ସଦସ୍ୟମାନେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଦୋହରାଇବା ସହ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ସୁମିତ୍ରା ମହାଜନ ଲୋକସଭାକୁ ଓ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ସଂସଦ ନିୟମିତଭାବେ ମୁଲତବୀ ଘୋଷିତ ହେଉଥିବାରୁ କଂଗ୍ରେସ, ଟିଡିପି, ସିପିଏମ ଓ ୱାଇଏସଆର କଂଗ୍ରେସ ଭଳି ବିରୋଧୀ ଦଳଗୁଡିକ ପକ୍ଷରୁୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ଆଲୋଚନା ସମ୍ଭବ ହୋଇପାରୁନାହିଁ।

Leave A Reply