www.samajalive.in
Sunday, December 7, 2025
26.1 C
Bhubaneswar

ହେମନ୍ତ ସୋରେନଙ୍କ ପତ୍ତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ: ହାଇକୋର୍ଟ ଯିବାକୁ ବିଜେପିର ପ୍ରସ୍ତୁତି

ନୂଆଦିଲ୍ଲୀ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ପାଉନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମି ଦୁର୍ନୀତି ସମ୍ପର୍କିତ ଟଙ୍କା ହେରଫେର ମାମଲାରେ ହେମନ୍ତଙ୍କୁ ପଚରାଉଚରା କରିବା ପାଇଁ ଇଡ଼ି ଖୋଜୁଛି। ସୋମବାର ଦିନଠୁ ମନି ଲଣ୍ଡିଂ ମାମଲାର ଅନୁସନ୍ଧାନ କରିବାକୁ ଆସିଥିବା ଇଡ଼ି ଟିମ ସୂତ୍ରରୁ ଜଣାପଡିଛି ଯେ ହେମନ୍ତ ସୋରେନ ନିଖୋଜ ଅଛନ୍ତି ଏବଂ ତାଙ୍କର ଫୋନ ମଧ୍ୟ ସୁଇଚ ଅଫ୍‍ ରହିଛି। ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ତାଙ୍କ ସହ ଯୋଗାଯୋଗ କରିପାରିନାହିଁ।
ବିଶେଷ ସୂତ୍ରୁରୁ ଜଣାପଡିଛି ଯେ ହେମନ୍ତ ସୋରେନ ତାଙ୍କର ଜଣେ ସୁରକ୍ଷା କର୍ମୀଙ୍କ ସହ ରବିବାର ରାତି ୨.୩୦ସମୟରେ ଦିଲ୍ଲୀ ବାସଭବନ ଛାଡିଥିଲେ। ଉଭୟଙ୍କ ଫୋନ ବନ୍ଦ କରାଯାଇଛି। ସୋମବାର ରାତିରେ ଦିଲ୍ଲୀ ବାସଭବନକୁ ଇଡି ଟିମ ହେମନ୍ତଙ୍କୁ ନପାଇ ଫେରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଏମଡବ୍ଲୁ କାରକୁ ଜବତ କରି ସାଙ୍ଗ ନେଇଛି। ଏହାପରେ ଇଡିର ଆଉ ଏକ ଟିମ ରାଞ୍ଚି ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିଲେ ମଧ୍ୟ ତାଙ୍କୁ ପାଇନଥିଲେ । ଇଡି ପକ୍ଷରୁ ହେମନ୍ତ ସୋରେନ ନିଖୋଜ ଥିବା କହିବା ସହ ଏୟାରପୋର୍ଟକୁ ଆଲର୍ଟ କରାଯାଇଛି ।
ସେପଟେ ହେମନ୍ତ ସୋରେନଙ୍କ ଉପରେ ବିଜେପି ଆକ୍ରମଣତ୍ମକ ସ୍ଥିତିରେ ରହିଛି। ବିଜେପି ଦାବି କରିଛି ଯେ ହେମନ୍ତ ସୋରେନ ଗତ ୧୮ଘଣ୍ଟା ଧରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭୟ କରି ପଳାୟନ କରିଛନ୍ତି। ଏ ବିଷୟରେ ବିଜେପି ଝାଡଖଣ୍ଡ ରାଜ୍ୟପାଳଙ୍କୁ ଅବଗତ କରାଇବା ସହ ଦଳ କହିଛି ଝାଡଖଣ୍ଡବାସୀଙ୍କ ବିଶ୍ୱସନୀୟତା ଏବଂ ପ୍ରତିଷ୍ଠା ବିପଦରେ ରହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories