www.samajalive.in
Sunday, December 14, 2025
26.1 C
Bhubaneswar

ଚଟପଟି ମସଲା ପନୀର ପାମ୍ପଡ଼

ଆବଶ୍ୟକ ସାମଗ୍ରୀ
ପନୀର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଜିରା – ଅଳ୍ପ
ଅଦା କଞ୍ଚାଲଙ୍କା ବଟା – ୧ ଚାମଚ
କଟା ଗାଜର – ଅଳ୍ପ
କଟା କ୍ୟାପସିକମ – ଅଳ୍ପ
ବନ୍ଧା କୋବି – ୧କପ
ଗ୍ରୀନ ମଟର – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଗରମ ମସଲା – ୧ ଚାମଚରୁ କମ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ପାମ୍ପଡ଼ – ୫ଟି
କର୍ଣ୍ଣଫ୍ଲୋର – ଅଳ୍ପ
ପାଣି – ଅଳ୍ପ
ଟମାଟୋ – ୧ଟି
କସ୍ତୁରୀ ମେଥି – ଅଳ୍ପ
କାଜୁ – ଅଳ୍ପ
କ୍ରିମ – ୨ ଚାମଚ
ତେଜପତ୍ର – ୧ଟି
ଶୁଖିଲା ଲଙ୍କା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାଇ ଭାଜନ୍ତୁ। ଜିରା ଭାଜି ହୋଇଗଲେ ଏଥିରେ ଗାଜର, କ୍ୟାପସିକମ, ବନ୍ଧା କୋବି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ମଟର, ଗରମ ମସଲା ପକାଇ ଗୋଳାଇ ଦେଇ କିଛି ସମୟ ସିଝାନ୍ତୁ। ଏବେ ଏଥିରେ କୋରା ପନୀର, ଗୁଜୁରାତି ଗୁଣ୍ଡ, ଧନିଆ ପତ୍ର ପକାଇ ପୁଣି ଗୋଳାଇ ଦେଇ ମସଲା ପ୍ରସ୍ତୁତ କରି ରଖନ୍ତୁ। ଏବେ ଏକ ପାତ୍ରରେ କିଛି କର୍ଣ୍ଣଫ୍ଲୋର ନେଇ ଗୋଳାଇ ଘୋଳ ପ୍ରସ୍ତୁତ କରି ରଖନ୍ତୁ। ଏହାପରେ ପାମ୍ପଡ଼ ନେଇ ଏହାର ଦୁଇ ପାଖରେ ପାଣି ଲଗାଇ ଦିଅନ୍ତୁ। ପୂର୍ବରୁ ପ୍ରସ୍ତୁତ କରିଥିବା ମସଲାକୁ ପାମ୍ପଡ଼ ମଝିରେ ଦେଇ ଦୁଇ କଡ଼ରେ କର୍ଣ୍ଣଫ୍ଲୋର ଘୋଳକୁ ଲଗାଇ ଦେଇ ପାମ୍ପଡ଼କୁ ବନ୍ଦ କରି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ତେଲରେ ପାମ୍ପଡ଼କୁ ଭଲ ଭାବେ ଭାଜି ଦିଅନ୍ତୁ। ଏହାପରେ ଟମାଟୋ, ଅଦା, କସ୍ତୁରୀ ମେଥି, କାଜୁ, କ୍ରିମ ପକାଇ ପେଷି ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ। ଏବେ ପୁଣି ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ତେଜପତ୍ର , ଶୁଖିଲା ଲଙ୍କା, ଜିରା , ପ୍ରସ୍ତୁତ ପେଷ୍ଟକୁ ପକାଇ କଷନ୍ତୁ। କଷିବା ପରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ପୂର୍ବରୁ ପ୍ରସ୍ତୁତ ମସଲା ଓ ଅଳ୍ପ ପାଣି ଦେଇ ଗ୍ୟାସରେ ବସାଇ ୫ ମିନିଟ ଫୁଟାନ୍ତୁ। ୫ ମିନିଟ ପରେ ଏହି ଗ୍ରେଭିକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏହାପରେ ଏକ ତାୱାରେ ସାମାନ୍ୟ ତେଲ ଗରମ କରି ଜିରା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏବେ ପ୍ରସ୍ତୁତ କରିଥିବା ପାମ୍ପଡ଼ ଉପରେ ଗ୍ରେଭି ଓ ତେଲର ଛୁଙ୍କ ଦିଅନ୍ତୁ। ଏହା ଉପରେ କିଛି ଧନିଆ ପତ୍ର ଓ କୋରା ପନୀର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟି ମସଲା ପନୀର ପାମ୍ପଡ଼।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories