www.samajalive.in
Tuesday, December 9, 2025
23.1 C
Bhubaneswar

କାର୍ଯ୍ୟାନୁଷ୍ଠାନ ଲାଗି ରାଜନାଥଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର : ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଧର୍ମାନ୍ତରୀକରଣ ପ୍ରକ୍ରିୟା ଚାଲିଛି। ବିଦେଶୀମାନେ ସାଧାରଣ ନିରୀହ ନାବାଳକ, ନାବାଳିକାଙ୍କୁ ଟାର୍ଗେଟ କରୁଛନ୍ତି। ସେମାନଙ୍କୁ ବିଭିନ୍ନ ପ୍ରକାର ଯୌନ ନିର୍ଯାତନା ଦେବା ସହିତ ବାହାରକୁ ଚାଲାଣ କରୁଛନ୍ତି। ରାଜ୍ୟରେ ଜୁଭେନାଇଲ ଜଷ୍ଟିସ୍‍ ଆଇନ ଏକ ପ୍ରକାର ଅକାମୀ ହୋଇଯାଇଛି। ତେଣୁ ଏହି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରି ଗୁଡ୍‍ ନିୟୁଜ୍‍ ଇଣ୍ଡିଆର ସମସ୍ତ ବେଆଇନ ସେଲଟର ହୋମ ବନ୍ଦ କରିବା ସହିତ ସଂପୃକ୍ତ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୁଡ଼୍‍ ନିୟୁଜ୍‍ ଇଣ୍ଡିଆ ପରିଚାଳିତ ଢେଙ୍କାନାଳ ଜିଲାର ବେଲଟିକିରିଠାରେ ଥିବା ସେଲଟର ହୋମ୍‍ରେ କେବଳ ବାଳକ,ବାଳିକାଙ୍କୁ ନିର୍ଯାତନା ଓ ବାହାରକୁ ଚାଲାଣ କରାଯାଉଥିଲା ତାହା ନୁହେଁ ଏଠାରେ ଧର୍ମାନ୍ତରୀକରଣ କରାଯାଉଥିଲା। ଯାହାର ମାଷ୍ଟର ମାଇଣ୍ଡ ଥିଲା ଢ଼େଙ୍କାନାଳ ଜିଲା ପ୍ରଶାସନ। ଯେଉଁ ଗୁଡ଼୍‍ ନିୟୁଜ୍‍ ଇଣ୍ଡିଆର କାର୍ଯ୍ୟକଳାପକୁ ନେଇ ରାଜ୍ୟ ସରକାର କଳାତାଲିକାଭୁକ୍ତ କରିଥିଲେ ତାହା ପରବର୍ତ୍ତୀ ସମୟରେ ରାଜ୍ୟରେ କିଭଳି ସାଲଗରିଆ ହାପି ଏଣ୍ଡ ହୋଲି ସୋସାଇଟ୍‍ ନାଁରେ ୨୬ଟି ସ୍ଥାନରେ କାର୍ଯ୍ୟ କରୁଛି ତାହା ଦୁର୍ଭାଗ୍ୟଜନକ। ଏହି ୨୬ଟି ସେଲଟର ହୋମ ମଧ୍ୟରୁ ୧୫ଟି ବେଆଇନ ଭାବେ ଚାଲୁଛି। ସଂପୃକ୍ତ ସଂସ୍ଥା ଧର୍ମାନ୍ତରୀକରଣ ଆଇନକୁ ଆଖିଠାର ମାରି କଳାସାମ୍ରାଜ୍ୟ ଚଳାଇଛି ବୋଲି ଏ ସମ୍ପର୍କରେ ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା ଅବଗତ କରାଇବା ପରେ ଶ୍ରୀ ପ୍ରଧାନ ଏହି ପଦକ୍ଷେପ ନେଇଥିବା ଜଣାଇଛନ୍ତି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories