www.samajalive.in
Saturday, December 13, 2025
21.1 C
Bhubaneswar

ମିରିଗିଖୋଜି-ଏରେଣ୍ଡେଇ ମଧ୍ୟରେ ବୈତରଣୀ ସେତୁ ସ୍ଥାପନ ପାଇଁ ଦାବି ଉଠିଲା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ଗ୍ରାମର ଡଙ୍ଗାଘାଟ ନିକଟରେ ମିରିଗିଖୋଜି-ଏରେଣ୍ଡେଇ ମଧ୍ୟରେ ବୈତରଣୀ ଉପରେ ଏକ ସେତୁ ନିର୍ମାଣ ପାଇଁ ୫-ଟି ଅଧ୍ୟକ୍ଷ, କେନ୍ଦୁଝର ଜିଲ୍ଲାପାଳ ଓ ପାଟଣା ବିଧାୟକଙ୍କୁ ଦାବିପତ୍ର ଦିଆଯାଇଛି। ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ ସମୟରେ ମିରିଗିଖୋଜି ସରପଞ୍ଚ ମନମୋହନ ବେହେରା, ଖଡିକାପଦା ସରପଞ୍ଚ ମାଳତୀ ମାଝୀ,କୁଣ୍ଡଳା ସରପଞ୍ଚ ଶତ୍ରୁଘନ ନାଏକ, ଡାଳପକା ସରପଞ୍ଚ ଟୁନି ସିଂ,ଦାମାହୁଦା ସରପଞ୍ଚ ବାସନ୍ତୀ ଟୁଡୁ,ରାଇଡିହା ସରପଞ୍ଚ ବିଜୟ କୁମାର ନାଏକ, ଗୋରାସ ସରପଞ୍ଚ ଜଳଧର ନାଏକ,ମାଛଗଡ଼ ସରପଞ୍ଚ ସୁନେଲି ଦାସ,ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ,ଚିନାମାଳି ପଶି ସରପଞ୍ଚ ଝୁନିତା ନାଏକ, ପଲାଣଘାଟି ସରପଞ୍ଚ ରାଉତ ମୁଣ୍ଡା ପ୍ରମୁଖଙ୍କ ଦସ୍ତଖତ ସମ୍ବଳିତ ଦାବି ପତ୍ର ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦିଆଯାଇଛି। ବିଶେଷ କରି ମାଛଗଡ଼ ସମେତ ଉପରୋକ୍ତ ପଞ୍ଚାୟତ ସବୁର ୩୦ ହଜାରରୁ ଅଧିକ ଲୋକ ଘଟଗାଁ ଯିବା ପାଇଁ ଭାୟା ପାଟଣା ହୋଇ ଯିବାଆସିବା ଅଧିକ ଦୁର ପଡ଼ୁଥିବାରୁ ମିରିଗିଖୋଜି-ଏରେଣ୍ଡେଇ ମଧ୍ୟରେ ବୈତରଣୀ ନଦୀରେ ସେତୁ ନିର୍ମାଣ କରାଗଲେ ଅଞ୍ଚଳବାସୀଙ୍କ ସମୟ ବଞ୍ଚିବା ସହ ଅନାବଶ୍ୟକ ଖର୍ଚ୍ଚରୁ ରକ୍ଷା ପାଇ ପାରିବେ ବୋଲି ଦରଖାସ୍ତରେ ଉଲ୍ଲେଖ କରାଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories