www.samajalive.in
Sunday, December 7, 2025
26.1 C
Bhubaneswar

କଳିଙ୍ଗ ସୁପର କପ୍‍ ଫାଇନାଲ: ଓଡ଼ିଶାକୁ ହରାଇ ଜିତିଲା ଇଷ୍ଟ୍‍ ବେଙ୍ଗଲ୍‍

ଭୁବନେଶ୍ୱର: ଘରୋଇ ଦଳ ଓଡ଼ିଶା ଏଫସିକୁ ୩-୨ଗୋଲରେ ହରାଇ ଇଷ୍ଟ୍‍ ବେଙ୍ଗଲ୍‍ ଏଫସି କଳିଙ୍ଗ ସୁପର କପ୍‍ ବିଜେତା ହୋଇଛି । ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ ମ୍ୟାଚ ବେଶ ଚିତାକର୍ଷକ ହୋଇଥିଲା । ଡିଫେଣ୍ଡିଂ ଚାମ୍ପିଅନ ଓଡ଼ିଶା ଓ ଇଷ୍ଟ ବେଙ୍ଗଲ ଫାଇନାଲ ଖେଳିବା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ଭରପୂର ରହିଥିଲେ । ଫାଇନାଲ ମ୍ୟାଚ ପ୍ରବଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷରେ ୩-୨ଗୋଲରେ ଇଷ୍ଟ ବେଙ୍ଗଲ ଓଡ଼ିଶାକୁ ହରାଇ ଚାମ୍ପିଅନ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଖେଳ ୨-୨ ଗୋଲରେ ରହିଥିବାରୁ ଅତିରିକ୍ତ ସମୟର ସହାୟତା ନିଆଯାଇଥିଲା । ୧୧୧ତମ ମିନିଟରେ ସିଲଭା ବିଜୟୀ ଗୋଲ ଦେଇ ଦଳକୁ ଚାମ୍ପିଅନ କରାଇଥିଲେ ।

- Advertisement -

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଭୟ ଦଳର ଖେଳାଳୀଙ୍କୁ ଭେଟି ଫାଇନାଲ ପାଇଁ ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ‘କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଆଉ ଏକ ବଡ ପ୍ରତିଯୋଗିତା ଆୟୋଜନରେ ସଫଳ ହୋଇଥିବାରୁ ଏହା ମୋତେ ଗର୍ବିତ କରିଛି । ୧୬ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଏବଂ ସବୁ ଦଳକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରମାଣିତ କରିଛି ଓଡ଼ିଶା ଫୁଟବଲର ବିକାଶରେ ବେଶ ସକରାତ୍ମକ ରହିଛି । ସର୍ବଭାରତୀୟ ଫୁଟବଲ ସଂଘ ସହ ଓଡ଼ିଶାର ସହଭାଗିତାକୁ ଦୃଢ କରିବା ଏବଂ ଦେଶରେ ଫୁଟବଲର ବିକାଶରେ ସହାୟକ ହେବା ଆମର ଲକ୍ଷ୍ୟ ବୋଲି ନବୀନ କହିଛନ୍ତି ।

ଉଦଯାପନୀ ଉତ୍ସବରେ ‘୫-ଟି ଓ ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଦଳକୁ ଟ୍ରଫି ଏବଂ ୨୫ଲକ୍ଷ ଟଙ୍କାର ଚେକ୍‍ ପ୍ରଦାନ କରିଥିଲେ । ଇଷ୍ଟ ବେଙ୍ଗଲକୁ ଶୁଭେଚ୍ଛା ଜଣାଇ ପାଣ୍ଡିଆନ କହିଥିଲେ ‘ଓଡ଼ିଶା ଏଫସିର ପ୍ରଦର୍ଶନ ଆରମ୍ଭରୁ ଫାଇନାଲ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଥିଲା । ଦେଶର ୧୬ଟି କ୍ଲବକୁ ନେଇ ଏବେ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଆମ ପାଇଁ ସୌଭାଗ୍ୟର ବିଷୟ । କଳିଙ୍ଗ ସୁପର କପର ଉତ୍ସାହ ଅଗଣିତ ଯୁବକଙ୍କୁ ଫୁଟବଲ ଖେଳିବାକୁ ଅନୁପ୍ରାଣିତ କରିବ ବୋଲି ମୋର ବିଶ୍ୱାସ’ ।

 

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories