www.samajalive.in
Tuesday, December 9, 2025
26.1 C
Bhubaneswar

ସାମ୍ବାଦିକ ଅରୁଣ ପଣ୍ଡାଙ୍କ ବିୟୋଗରେ ଶୋକ

ଆଠଗଡ଼: ଓଡ଼ିଶାର ପ୍ରତିଷ୍ଠିତ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡାଙ୍କ ବିୟୋଗରେ ଆଠଗଡ଼ ସାମ୍ବାଦିକ ମହଲରେ ଶୋକ ପ୍ରକାଶ ପାଇଛି। ଶୁକ୍ରବାର ସନ୍ଧ୍ୟାରେ ଆଠଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସାମ୍ବାଦିକ ନୀଳକଣ୍ଠ ଦୋରାଙ୍କ ସଂଯୋଜନାରେ ଆୟୋଜିତ ଶୋକସଭାରେ ଯୋଗଦେଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ସ୍ୱର୍ଗତ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ବରିଷ୍ଠ ସାମ୍ବାଦିକ ଲଲାଟେନ୍ଦୁ ସେନାପତି, ସର୍ବେଶ୍ଵର ପଣ୍ଡା, ସତ୍ୟପ୍ରସାଦ ରଥ, ଯଶୋବନ୍ତ ବାରିକ, ଦିନେଶ ଦାସ, ଶୈଲେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରି ସାମ୍ବାଦିକତା କ୍ଷେତ୍ରରେ ଥିବା ତାଙ୍କ ସୁନାମ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ବିୟୋଗ ଦ୍ବାରା ଓଡିଆ ସାମ୍ବାଦିକ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତ ପୋଷଣ କରିଥିଲେ । ସମସ୍ତ ସାମ୍ବାଦିକ ସ୍ବର୍ଗତ ପଣ୍ଡାଙ୍କ ସହିତ ସେମାନଙ୍କଉ ନିଜସ୍ବ ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିଥିଲେ। ସାମ୍ବାଦିକ ଜ୍ଞାନରଞ୍ଜନ ସାହାଣୀ, ମିନତୀ ପ୍ରତିହାରୀ, ଦିଲ୍ଲୀପ ଦାସ, ବିଶ୍ୱଜିତ୍ ରାଉତ ଓ ମନୋରଞ୍ଜନ ମହାନ୍ତି ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories