www.samajalive.in
Saturday, December 13, 2025
26.1 C
Bhubaneswar

ପାଣି ଟାଙ୍କିରେ ଚଢ଼ି ଆତ୍ମହତ୍ୟା ଧମକ

ଭବାନୀପାଟଣା : ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। କଁସିଲ ଗାଁ ପାଣି ଟାଙ୍କି ଉପରେ ଚଢ଼ି ଜଣେ ବ୍ୟକ୍ତି  ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଅଞ୍ଚଳର ମହେଶ କୁମାର ନାମକ ଜଣେ ବ୍ୟକ୍ତି ଗଜବାହାଲ୍ ପଂଚାୟତରେ ପାନୀୟଜଳ ପାଇପ ସଂଯୋଗ କାର୍ଯ୍ୟ କରୁଥିଲେ। କୌଣସି କାରଣ ରୁ ସେ ହଠାତ ପାଣିଟାଙ୍କି ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଖବର ପାଇ କର୍ଲାମୁଣ୍ଡା ତହସିଲଦାର, ରିଶିଡ଼ା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ ବୁଝାସୁଝା କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟା ଉଦ୍ୟମ ପଛର କାରଣ ସ୍ପଷ୍ଟ ଭାବେ ଜଣାପଡିନଥିବାବେଳେ ପାଣି ଟାଙ୍କି ଉପରୁ ମହେଶଙ୍କୁ ତଳକୁ ଆଣିବାକୁ ପୋଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories