www.samajalive.in
Sunday, December 14, 2025
14.1 C
Bhubaneswar

ମହିଳାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କଲା ସତ୍ୟସାଇ ସେବା ସଙ୍ଗଠନ

ବୌଦ୍ଧ: ବୌଦ୍ଧ ସ୍ଥିତ କୁଷ୍ଠାଶ୍ରମର ଅନ୍ତେବାସୀ ତପସ୍ୟା କୁମ୍ଭାର ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ରହିବା ପରେ ଗତ ସାଧାରଣତନ୍ତ୍ର ଦିବସରେ ମୃତ୍ୟୁବରଣ କରିଥିଲେ । ତପସ୍ୟାଙ୍କ ଝିଅ ବିଳାସିନୀ ମହାନନ୍ଦିଆ ମାଙ୍କ ମୃତ୍ୟ ପରେ ସମୂର୍ଣ୍ଣ ଅସହାୟ ହୋଇ ଯାଇଥିଲେ । ମାଙ୍କ ଶେଷକୃତ୍ୟ ପାଇଁ ବିଳାସିନୀ ଅସମର୍ଥ ଥିବାରୁ ସତ୍ୟସାଇ ସେବା ସଙ୍ଗଠନର ଜିଲ୍ଲା ସଭାପତି ଡ଼ା ପ୍ରିୟବ୍ରତ ବେହେରାଙ୍କୁ ଯୋଗାଯୋଗ କରିଥିଲେ। ବିଳାସିନୀ ତଥା କୁଷ୍ଠାଶ୍ରମର ଅନ୍ତେବାସୀଙ୍କ ଅନୁରୋଧ କ୍ରମେ ଡ଼ା ବେହେରା ତାଙ୍କର ସ୍ବେଛାସେବୀମାନଙ୍କୁ ନେଇ ସ୍ଥାନୀୟ ଶ୍ମଶାନ ନିର୍ବାଣ ଧାମରେ ତପସ୍ୟାଙ୍କ ଶେଷକୃତ୍ୟ ସମ୍ପାଦନ କରିଥିଲେ। ଏହି ମହତ କାର୍ଯ୍ୟରେ ସଙ୍ଗଠନର ଯୁବ ସ୍ବେଛାସେବୀ ଅଞ୍ଜନ ମହାରଣା, କେଶବନନ୍ଦ ବେହେରା, ସମୀର କର୍ଣ୍ଣ, ଦେବେନ୍ଦ୍ର ମହାରଣା ସୁନୀଲ ବଘାର, ନାରାୟଣ ମହାରଣା ଆଦି ସହଯୋଗ କରିଥିଲେ । ସତ୍ୟସାଇ ସେବା ସଙ୍ଗଠନ କରିଥିବା ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories