www.samajalive.in
Wednesday, December 10, 2025
16.1 C
Bhubaneswar

ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଶ୍ରମ ବିଭାଗର ପ୍ରାଥମିକତା; ମିଳିଲା ୧,୧୩,୩୧,୦୦୦/- ଟଙ୍କାର ସହାୟତା

ଭୁବନେଶ୍ବର : ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ୟ୍ୟାଳୟ, ଭୁବନେଶ୍ୱର ଦ୍ବାରା ପରିଚାଳିତ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ୱର ମହାନଗର ନିଗମ,ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧିନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଗୀତଗୋବିନ୍ଦ ସଦନ,ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ଓଡ଼ିଶା କୋଠା ବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ଶ୍ବେତସ୍ନିଗ୍ଧା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ। ଅନ୍ୟ ରାଜ୍ୟରୁ ସାମ୍ବାଦିକ ଭାଇମାନେ ଆସୁଥିଲେ ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁର ଫଟୋ ନେବାକୁ ମାତ୍ର, ବର୍ତ୍ତମାନ ଆମ ରାଜ୍ୟ ଓଖାଦ୍ୟ ଶସ୍ୟ ଉତ୍ପାଦନରେ ବିଶ୍ବ ସ୍ତରରେ ୩ୟ ସ୍ଥାନରେ ରହିଛି । ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ । ଏଥି ପାଇଁ ତ ସବୁବେଳେ ସେ ଗୋଟିଏ ପ୍ରଶ୍ନ କରନ୍ତି ଆପଣ ମାନେ ଖୁସିତ ?

ଆମ ମୁଖିଆ ସବୁବେଳେ ଆପଣମାନଙ୍କ ମୁହଁରେ ଖୁସି ଦେଖିବାକୁ ଚେଷ୍ଟା କରନ୍ତି । ଆଜି ଯେଉଁ ଭାଇ ଓ ଭଉଣୀମାନେ ଯେଉଁ ସହାୟତା ପାଇଲେ, ତାକୁ ଠିକ କାମରେ ଲଗାଇବେ ବୋଲି ମୋର ଆଶା । ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଏବଂ ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ମେମ୍ବର ଉପସ୍ଥିତ ରହି ନିମ୍ନ ଲିଖିତ ସହାୟତା ରାଶି ପ୍ରଦାନ କରିଥିଲେ । ଏହି ଶିବିରରେ ମୃତ୍ୟୁକାଳୀନ ସହାୟତା ୪୮ଜଣଙ୍କୁ ୯୪,୦୦,୦୦୦/- ଟଙ୍କା, ଅନ୍ତ୍ୟେଷ୍ଟି କ୍ରିୟା ସହାୟତା ୨୯ଜଣଙ୍କୁ ୧,୪୫,୦୦୦/- ଟଙ୍କା,ବିବାହକାଳୀନ ସହାୟତା ୩୪ଜଣଙ୍କୁ ୧୫,୨୫,୦୦୦/- ଟଙ୍କା, ଶିକ୍ଷା ସହାୟତା ୧୦ଜଣଙ୍କୁ ୨,୦୧,୦୦୦/- ଟଙ୍କା, ପ୍ରସବକାଳୀନ ସହାୟତା -୬ଜଣଙ୍କୁ- ୬୦,୦୦୦/ ଟଙ୍କା ଏବଂ ସର୍ବମୋଟ ୧୨୭ଜଣଙ୍କୁ ୧,୧୩,୩୧,୦୦୦/- ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଶିବିରରେ ନୂତନ ପଞ୍ଜିକରଣ -୨୩୨ଜଣଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା ।

- Advertisement -

ଏତଦ୍ ବ୍ୟତୀତ ଏହି ଶିବିରରେ ବିଭିନ୍ନ ୱାର୍ଡର କର୍ପୋରେଟର, ବିଭାଗର ଅନ୍ୟାନ୍ୟ ପଦାଧିକାରୀ, ଅଧିକାରୀ, କର୍ମଚାରେ ଉପସ୍ଥିତ ଥିଲେ । ଏହି ଶିବିରରେ ସହକାରୀ ଶ୍ରମ ଅଧିକାରୀ ସୌମ୍ୟା ରଞ୍ଜିତା ଦଳାଇ ଶ୍ରମିକମାନଙ୍କୁ ସ୍କିମ ବିଷୟରେ ଅବଗତ କରାଇଥିଲେ। ସହକାରୀ ଶ୍ରମ ଅଧିକାରୀ କାଳିପୁତ୍ରକୁଲଦୀପ ପ୍ରସାଦ, ବିକାଶ ଅଗ୍ରୱାଲ,ଅର୍ଚ୍ଚନା ନାୟକ,ପ୍ରଜ୍ଞା ନାୟକ ସହିତ କଲ୍ୟାଣ ସଂଯୋଜକ ଲମ୍ବୋଦର ରାଉତ ଓ ଡାଟା ଏଣ୍ଟ୍ରି ଅପରେଟର ଶିବ ପ୍ରସାଦ ମହାପାତ୍ର ହିତାଧିକାରୀଙ୍କ ସହାୟତା ବଣ୍ଟନରେ ପ୍ରମୁଖ ଭୂମିକା ଗ୍ରହଣକ ରିଥିଲେ। ଏହି କାର୍ୟ୍ୟକ୍ରମକୁ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ବାଳ ସଂଚାଳନ କରିଥିବା ବେଳେ ଶ୍ରମ ଅଧିକାରୀ ଦେବଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories